www.samajalive.in
Saturday, December 6, 2025
17.1 C
Bhubaneswar

ବରାହ ଲକ୍ଷ୍ମୀ ନରସିଂହଙ୍କୁ ୫୦ଟି ସୁନା ତୁଳସୀ ଅର୍ପଣ କଲେ ଭକ୍ତ

ବିଶାଖାପାଟଣା: ଭାରତବର୍ଷରେ ଅନେକ ପ୍ରସିଦ୍ଧ ମନ୍ଦର ରହିଛି। ବିଭିନ୍ନ ମନ୍ଦିରର ଭିନ୍ନଭିନ୍ନ ମହିମା ରହିଛି। ଭକ୍ତମାନେ ନିଜର ମନସ୍କାମନା ପୂରଣ ପାଇଁ ମନ୍ଦିର ଗୁଡିକରେ ମାନସିକ ରଖିଥାନ୍ତି। ଆଉ ମାନସିକ ପୂରଣ ହେବା ପରେ କିଛି ମାନ୍ୟଗଣ୍ୟ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁଯାୟୀ ମନ୍ଦିରକୁ ସୁନା, ରୂପା ଓ ଟଙ୍କା ଆଦି ଦାନ କରିଥାନ୍ତି। ଏହି ପରିପ୍ରେକ୍ଷରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ସିମାଚଳମରେ ଥିବା ବରାହ ଲକ୍ଷ୍ମୀ ନରସିଂହ ମନ୍ଦିରରେ ଜଣେ ଭକ୍ତ ଗୁରୁବାର ଦିନ ଭଗବାନଙ୍କୁ ୫୦ଟି ସୁନାରେ ନିର୍ମିତ ତୁଳସୀ ଅର୍ପଣ କରିଛନ୍ତି। ଭକ୍ତ ଜଣଙ୍କ ବିଷୟରେ ପରିଚୟ ମିଳିପାରି ନାହିଁ। ପୂର୍ବରୁ ମଧ୍ୟ ଭାରତରେ ଥିବା ଅନେକ ମନ୍ଦିର ଯେପରି ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ଓ ଅନ୍ୟ ମନ୍ଦିରମାନଙ୍କରେ ମଧ୍ୟ ଭକ୍ତ ପ୍ରଭୁ ବିଭିନ୍ନ ସୁନା ଅଳଙ୍କାର ଅର୍ପଣ କରିଥାଆନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories