www.samajalive.in
Friday, December 12, 2025
14.1 C
Bhubaneswar

୫ ରାଜ୍ୟର ବିଧାନସଭା ନିର୍ବାଚନ, ଶାସକ ଦଳ ପାଇଁ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୨ରେ ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ. ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଶାସକ ଦଳ ପୁଣି କ୍ଷମତାକୁ ଫେରିବା କଷ୍ଟ କରହୋଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି କଂଗ୍ରେସଙ୍କୁ ମଧ୍ୟ ଆସନ୍ତା ନିର୍ବାଚନରେ ଜନତା ବିଶ୍ୱାସ କରିପାରନାହାନ୍ତିି । ଜାତୀୟ ଗଣମାଧ୍ୟମ ଏବିପି ଆଗକୁ ଆସୁଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଏକ ସର୍ଭେ କରିଥିଲା । ଯେଉଁଥିରେ କି ବିଜେପି ପ୍ରତି ଲୋମାନେ ଆସ୍ଥା ହରାଇଥିବା ଦେଖିବାକୁ ମିଳିଛି। ସବୁଠୁ ବଡ଼ କଥା ହେଉଛି ଆପ୍‍ ପ୍ରତି ଲୋକମାନେ ଅଧିକ ଆସ୍ଥା ଭାଜନ କରିବା ସହ ବିଶ୍ୱାସ ରଖିଛନ୍ତି। ବିଶେଷକରି ପଞ୍ଜାବରେ ୫ହଜାର ୬୮୭ଜଣ ଭୋଟରଙ୍କ ଠାରୁ ନିଜର ମତ ସଂଗ୍ରହ କରିଥିଲା ଗଣମାଧ୍ୟମ ସଂସ୍ଥା ଏବିପି। ଜନତାଙ୍କ ମତ ମୁତାବକ ପଞ୍ଜାବରେ କଂଗ୍ରେସକୁ ୨୭% ଜନତା ସମର୍ଥନ କରୁଥିବା ବେଳେ ବିଜେପିକୁ ୨୯% ଲୋକ ସମର୍ଥନ କରିଛନ୍ତି । ସେହିପରି ଅକାଳୀ ଦଳକୁ ୧୦% ଲୋକ ସମର୍ଥନ କରିଥିବା ବେଳେ ବିଜେପିକୁ ମାତ୍ର ୧% ଜନ ସମର୍ଥନ ମିଳିଛି । ତେବେ ଆଗମୀ ନିର୍ବାଚନକୁ ଆହୁରି କିଛ ଦିନି ବାକି ରହିଥିଲେ ମଧ୍ୟ ଏପରି ଆକଳନରେ କିଛି ପରିବର୍ତ୍ତନ ଆସିପାରେ ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories