ମହଙ୍ଗା ଖାଦ୍ୟ ତାଲିକାରେ ୫ ଜିନିଷ ; ପିଜା ଠାରୁ ପାନ
ଲକ୍ଷାଧିକ ଟଙ୍କାରେ ହୁଏ ବିକ୍ରି
ଅଧିକାଂଶ ଲୋକଙ୍କ ଦୁର୍ବଳତା ହେଉଛି ସୁସ୍ୱାଦୁ ଖାଦ୍ୟ। ଏହାସହ କିଛି ଲୋକଙ୍କୁ ମହଙ୍ଗା ଓ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବା ମଧ୍ୟ ସଉକ। ତେବେ ଆସନ୍ତୁ ଜାଣିବା ଦୁନିଆର ସେହି ୫ଟି ମହଙ୍ଗା ଖାଦ୍ୟ ବିଷୟରେ ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ଓ ଖୁବ ସ୍ୱାଦିଷ୍ଟ ମଧ୍ୟ। ଏହି ଖାଦ୍ୟ ତାଲିକାରେ ବିରିୟାନି ଠାରୁ ଆରମ୍ଭ କରି ଆଇସକ୍ରିମ ପର୍ଯ୍ୟନ୍ତ ରହିଛି।
ଅଧିକାଂଶ ଲୋକଙ୍କୁ ବିରିୟାନୀ ଖାଇବା ଖୁବ ପସନ୍ଦ। ମାତ୍ର ଦୁନିଆର ସବୁଠାରୁ ମହଙ୍ଗା ବିରିୟାନୀ ବିଷୟରେ ଜାଣିଛନ୍ତି କି? ଏଥିରେ ଖାଦ୍ୟ ଯୋଗ୍ୟ ୨୩ କ୍ୟାରେଟ ସୁନାର ଆସ୍ତରଣ ରହିଛି। ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ବିରିୟାନୀର ଆଖ୍ୟା ଦିଆଯାଇଛି। ଏହି ବିରିୟାନୀର ନାମ ହେଉଛି ଦ ରୟାଲ ଗୋଲ୍ଡ ବିରିୟାନୀ। ( the royal gold biriyani) ଜାଣନ୍ତୁ ଏହି ବିରିୟାନୀ ବିଷୟରେ…….
ଦ ରୟାଲ ଗୋଲ୍ଡ ବିରିୟାନୀକୁ ସୁନାର ଥାଳିରେ ପରଷା ଯାଇଥାଏ। ନିଜର ପସନ୍ଦିଆ ଚାଉଳ ମଧ୍ୟରୁ ଚାଉଳ ଚୟନ କରିବାକୁ ଦିଆଯାଇଥାଏ। ସେହି ଚାଉଳକୁ ବ୍ୟବହାର କରି ବିରିୟାନୀ ପ୍ରସ୍ତୁତ କରି ଆପଣଙ୍କୁ ପରଷା ଯାଇଥାଏ। ଏହାସହ ଆଳୁର ଏକ ସ୍ୱତନ୍ତ୍ର ବ୍ୟଞ୍ଜନ, ସିଝା ଅଣ୍ଡା, ଛଣା କାଜୁ, ଡାଳିମ୍ବ, ଭଜା ପିଆଜ ଓ ପୁଦିନା ମଧ୍ୟ ଦିଆଯାଇଥାଏ।
ଏହି ବିରିୟାନୀର ଓଜନ ପ୍ରାୟ ୩ କିଲୋଗ୍ରାମ। କେସର ମିଶ୍ରିତ ଭାତ ଉପରେ ଏକ ପ୍ରକାର କବାବ, ରାଜପୁତ ଚିକେନ କବାବ, କୋଫତା, ମଲାଇ ଚିକେନ, ଅନ୍ୟ କିଛି ପ୍ରସିଦ୍ଧ ସ୍ଥାନର ଖାଦ୍ୟ ଜିନିଷ ମଧ୍ୟ ଦିଆଯାଇଥାଏ। ବିରିୟାନୀ ଥାଳି ସହ ବିଭିନ୍ନ ପ୍ରକାର ଚଟଣୀ, ସସ ମଧ୍ୟ ଦିଆଯାଇଥାଏ।
ବିଭିନ୍ନ ଚଟଣି ଓ ସସ ସହ ରୟାଲ ବିରିୟାନୀ ପ୍ଲେଟରେ ପରଷା ହୋଇ ଆସିବା ପରେ ଏହା ଉପରେ ଥିବା ୨୩ କ୍ୟାରେଟ ସୁନାର ଆସ୍ତରଣ ଲଗାଯାଇଥାଏ।
ଏହି ବିରିୟାନୀ ଦୁବାଇର ଏକ ସ୍ୱତନ୍ତ୍ର ରେସ୍ତୋରାଁରେ ପ୍ରସ୍ତୁତ କରାଯାଉଛି। ବିରିୟାନୀର ଗୋଟେ ଥାଳିର ମୂଲ୍ୟ ୧୦୦୦ଦୀନାର। ଯାହା ଭାରତୀୟ ମୁଦ୍ରାରେ ୧୯,୭୦୭ ଟଙ୍କା ପ୍ରାୟ। ଏହି ବିରିୟାନୀ ସ୍ୱାଦର ମଜା ନେବାକୁ ହେଲେ ଆପଣଙ୍କୁ ଦୁବାଇ ଭ୍ରମଣରେ ଯିବାକୁ ପଡିବ।
ସେହିପରି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ନୂଆଦିଲ୍ଲୀର ୟାମୁ ପଞ୍ଚାୟତ କନ୍ନାଟ୍ ପ୍ଲେସରେ ଅବସ୍ଥିତ ଏକ ପାନ ଦୋକାନରେ ୬୦୦ ଟଙ୍କାରେ ପାନ ବିକ୍ରି ହେଉଛି। ଆଜ୍ଞା ହଁ ଏହି ପାନରେ କିସମିସ, ମିଠା ଚଟଣି, ଗୁଲକନ୍ଦ , ଲବଙ୍ଗ , ଚେରି ସହ ପାନ ଉପରେ ସୁନାର ଏକ ଆସ୍ତରଣ ଦିଆଯାଉଛି। ଉପରେ ସୁନ୍ଦର ଭାବେ ଚେରି ସଜାଯାଇଥାଏ।
ମିଳିଥିବା ତଥ୍ୟ ଅନୁଯାୟୀ, ଚିକାଗୋରେ ବର୍କୋର ପପକର୍ଣ୍ଣର ମୂଲ୍ୟ ୨୫୦୦ ଡଲାର (ପ୍ରାୟ ୧,୮୭,୮୫୫ ଟଙ୍କା) । ଖବର ଅନୁଯାୟୀ ଏହି ପପକର୍ଣ୍ଣ ରେ କାରାମେଲ ଏବଂ ୨୩ କ୍ୟାରେଟ୍ ସୁନା ର ଆସ୍ତରଣ ବ୍ୟବହାର ହେଉଛି। କିଛି ସ୍ୱତନ୍ତ୍ର କାରଣରୁ ଏହା ସବୁ ସମୟରେ ସହଜରେ ଉପଲବ୍ଧ ହୋଇନଥାଏ।
ଏହି ମହଙ୍ଗା ଆଇସକ୍ରୀମ ଦୁବାଇରେ ମିଳିଥାଏ। ଦୁନିଆର ସବୁଠାରୁ ଦାମୀ ଏହି ଆଇସକ୍ରୀମର ନାମ ବ୍ଲାକ୍ ଡ଼ାଇମଣ୍ଡ। ଏହି ଆଇସକ୍ରୀମର ଏକ ଚାମଚର ମୂଲ୍ୟ ୮୪୦ ଡ଼ଲାର ଅର୍ଥାତ ୬୦,୦୦୦ ହଜାର। ଏବେ ଏକ ଭରି (୧୦ଗ୍ରାମ) ସୁନାର ଦାମ ୫୦,୦୦୦।
ଜାଣନ୍ତୁ କେଉଁ କାରଣରୁ ଏହି ଆଇସକ୍ରୀମର ମୂଲ୍ୟ ଏତେ ଅଧିକ। ଆଇସକ୍ରୀମରେ ବ୍ୟବହାର କରାଯାଉଥିବା ଜିନିଷ ପାଇଁ ଏହାର ମୂଲ୍ୟ ଅଧିକ।
ଆଇସକ୍ରୀମକୁ ପ୍ରସ୍ତୁତ କରିବା ପରେ ଏହାକୁ ପରଷା ଯିବା ସମୟରେ ୨୩ କ୍ୟାରେଟ ସୁନାରେ ସଜାଯାଇଥାଏ। ଏହା ଖାଦ୍ୟ ଉପଯୋଗୀ ସୁନା। ଏହାକୁ ପରଷା ଯିବାର ଢଙ୍ଗ ମଧ୍ୟ ସ୍ୱତନ୍ତ୍ର।
ଯେତେ ମହଙ୍ଗା ଏହି ଆଇସକ୍ରୀମ ଏହାକୁ ପରଷା ଯାଉଥିବା କପ୍ ଅଥବା ପାତ୍ର ମଧ୍ୟ ସେତେ ମହଙ୍ଗା। ସୁନା ରଙ୍ଗର ସ୍ୱତନ୍ତ୍ର ଦାମୀ ପାତ୍ରରେ ପରଷା ଯାଇଥାଏ। ଦୁବାଇରେ ସୁନାର କଫି ମଧ୍ୟ ଉପଲବ୍ଧ। ଏଠାକାର ଲୋକେ ଏହାକୁ ଗୋଲ୍ଡ କଫି ମଧ୍ୟ କହିଥାଆନ୍ତି।
ସମସ୍ତେ ପିଜା ଖାଇବାକୁ ଭଲ ପାଆନ୍ତି କିନ୍ତୁ ଆପଣ ଏଥିପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ କି ? ଆଜ୍ଞା ହିଁ ଏହି ପିଜାର ମୂଲ୍ୟ ୨ ଲକ୍ଷ ଟଙ୍କା। ନ୍ୟୁୟର୍କର ଇଣ୍ଡଷ୍ଟ୍ରି କିଚେନ୍ ପ୍ରକୃତ ସୁନାର ଏକ ସ୍ତର ସହିତ ପିଜା ବିକ୍ରି କରୁଛି। ଯାହାର ମୂଲ୍ୟ ୨୭୦୦ ଡଲାର (ପ୍ରାୟ ୨,୦୨,୯୨୮ ଟଙ୍କା) । ଏହାକୁ ପ୍ରସ୍ତୁତ କରାଯିବା ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀର ମୂଲ୍ୟ ଶହ ଶହ ଡଲାର ହୋଇଥିବାରୁ ଏହା ଖୁବ ମହଙ୍ଗା ବୋଲି ଜଣାପଡିଛି।
Comments are closed.