ପୁଣେ: ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ଉରୁଲିର ଦେଭାଚି ଗାଁ ନିକଟରେ ଥିବା ଏକ କପଡ଼ା ଗୋଦାମରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗୋଦାମରେ କାର୍ଯ୍ୟ କରୁଥିବା ଆଉ କେତେଜଣ ଶ୍ରମିକ ନିଆଁରେ ପୋଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ୪ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କପଡ଼ା ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।
କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୫ ଶ୍ରମିକ ଜୀବନ୍ତ ଦଗ୍ଧ
Popular Categories


