www.samajalive.in
Saturday, December 6, 2025
15.1 C
Bhubaneswar

କରୋନା ୱାର୍ଡରେ ଯୁବକଙ୍କ ମୃତ୍ୟୁ ମାମଲା: ଆକ୍ରମଣ ମାମଲାରେ ୫ ଗିରଫ, ବିଷ୍ଣୁମୁଣ୍ଡାରେ ରାସ୍ତା ଅବରୋଧ

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‍ପିଟାଲର କରୋନା ୱାର୍ଡ଼ରେ ଯୁବକଙ୍କ ମୃତ୍ୟୁ ଓ ଡାକ୍ତରଙ୍କୁ ଆକ୍ରମଣ ମାମଲାରେ ରବିବାର ୫ ଜଣଙ୍କୁ ଗିରଫ କରାଯାଇଛି। ଭଙ୍ଗାରୁଜା କରିଥିବା ଅଭିଯୋଗରେ ପୁଲିସ ମୃତକଙ୍କ ଭାଇ ସହ ଅନ୍ୟ ୪ଜଣଙ୍କୁ ଗିରଫ କରିଛି। ଅପରପକ୍ଷରେ ମୃତକଙ୍କ ସଂପର୍କୀୟ ଓ ଅନ୍ୟମାନେ ବିଷ୍ଣୁମୁଣ୍ଡାରେ ରାସ୍ତାରୋକ କରିଥିଲେ। ଗିରଫମାନଙ୍କୁ ଛାଡିବା, ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି, କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଦିନ ୧୧ଟାରୁ ଦିନ ଅଢେଇଟା ଯାଏ ଚାଲିଥିଲା ରାସ୍ତା ଅବରୋଧ କରିଥିଲେ। ଶେଷରେ ଉପ ଜିଲାପାଳ ସଞ୍ଚୟ ମିଶ୍ର, ଏସ୍‍ଡିପିଓ ଶ୍ରୀମନ୍ତ ବାରିକ, ଆଇଆଇସି ଟାଉନ୍‍ ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରମୁଖ ଗାଁରେ ଆନ୍ଦୋଳନକାରୀଙ୍କ ସହ ବସି ଆଲୋଚନା କରିଥିଲେ। ମୃତକଙ୍କୁ ପତ୍ନୀକୁ ଥଇଥାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଡାକ୍ତର ଆକ୍ରମଣରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଛଡ଼ା ଯାଇପାରିବ ନାହିଁ ବୋଲି କୁହାଯାଇଥିଲା। ଏଥିସହିତ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ସହ ବିଚାର ବିମର୍ଷ କରି ଉପ ଜିଲାପାଳ ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା ସହାୟତା ମୃତକଙ୍କ ପରିବାର ଲୋକଙ୍କୁ ଦେଇଥିଲେ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏପଟେ ଆଜି ବିବିଏମସିଏଚରେ ସୁରକ୍ଷା ଦାବି କରି ଡାକ୍ତରମାନେ କଳା ବ୍ୟାଚ ବାନ୍ଧି କାମ କରିଥିଲେ।

ସୂଚନାଯୋଗ୍ୟ, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‍ପିଟାଲର କୋଭିଡ ସଂକ୍ରମଣ ୱାର୍ଡରେ ବିଷ୍ଣୁମୁଣ୍ଡା ଗାଁର ଜିତେନ୍ଦ୍ର ସୁନାଙ୍କୁ ଶନିବାର ଭର୍ତ୍ତି କରାଯାଇଥିଲା। ଦିନ ଅଢେଇଟା ବେଳେ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ସଂପର୍କୀୟମାନେ ୱାର୍ଡରେ ଭଙ୍ଗାରୁଜା କରିଥିଲେ। ଡା.ସୀମାଞ୍ଚଳ ଡାକୁଆଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ସେ ଗୁରୁତର ଆହତ ହେବା ପରେ ଉତ୍ତେଜନା ବଢିଥିଲା। ଉପ ଜିଲାପାଳ ଓ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଫୋର୍ସ ମୁତୟନ ହୋଇଥିଲେ କୋଭିଡ ସଂକ୍ରମଣ ୱାର୍ଡ ଅଞ୍ଚଳରେ। ବିବିଏମସିଏଚ୍‍ ଡାକ୍ତର ସଂଘ କାମ ବନ୍ଦ କରି ଧାରଣାରେ ବସିଥିଲେ। ଅନ୍ୟପଟେ ମୃତକଙ୍କ ସଂପର୍କୀୟମାନେ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ନର୍ସଙ୍କୁ ଗିରଫ କରିବାକୁ ଦାବି ଜାରି ରଖିଥିଲେ। ମୃତକଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories