www.samajalive.in
Saturday, December 6, 2025
17.1 C
Bhubaneswar

୫ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଆସିକା :  ୨୦୧୩ ମସିହା ଜୁଲାଇ ୫ ତାରିଖରେ ଆସିକା ହରିଜନ ସାହିରେ ସଂଘଟିତ ଏକ ଜଘନ୍ୟ ହତ୍ୟା ମାମଲାର ବିଚାର କରି ଆସିକା ଅତିରିକ୍ତ ଜିଲା ଦୌରାଜଜ୍ ୫ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣା ଦିନ ସଂଘବଦ୍ଧ ଆକ୍ରମଣରେ ସେହି ସାହିର ସୁଦାମ ଘଡେଇଙ୍କ ମୃତ୍ୟୁ ହୋଇଥିଲା। ଆସିକା ଥାନାରେ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ହତ୍ୟା ଘଟଣାରେ ୬ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ୭ବର୍ଷ ବ୍ୟବଧାନରେ ଏହି ବହୁ ଚର୍ଚ୍ଚିତ ହତ୍ୟାର ବୁଧବାର ବିଚାର ହୋଇଛି।

ଆସିକା ଅତିରିକ୍ତ ଜିଲା ଦୌରାଜଜ ରାଜଲକ୍ଷ୍ମୀ ପଟ୍ଟନାୟକ ସମସ୍ତ ତଥ୍ୟ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ୫ଜଣଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନା​ଦେୟ ହେଲେ ଆଉ ଏକ ବର୍ଷ ଅଧିକ ଦଣ୍ଡ ଶୁଣାଇଛନ୍ତି। ପ୍ରମୋଦ ଘଡେଇ, ବାବୁ ଘଡେଇ,ପିଣ୍ଟୁ ଘଡେଇ, ଅମର ଘଡେଇଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ପୂର୍ବରୁ ମୃତ୍ୟୁବରଣ କରି ସାରିଛନ୍ତି। ହତ୍ୟାର ଶିକାର ପରିବାର ପାଇଁ ସରକାରୀ ଓକିଲ ସୁଧାଶୁଂ ପଣ୍ଡା ଲଢିଥିବା ବେଳେ ଆସାମୀଙ୍କ ପକ୍ଷରୁ ଆଇନଜୀବୀ ରବିନ୍ଦ୍ର ପାତ୍ର ମାମଲା ଲଢୁଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories