www.samajalive.in
Saturday, December 6, 2025
14.1 C
Bhubaneswar

ଅପରାହ୍ନ ୩ଟା ସୁଦ୍ଧା ଦେଶରେ ୪୯ ପ୍ରତିଶତ ମତଦାନ: ପଶ୍ଚିମବଙ୍ଗରେ ସର୍ବାଧିକ, ଉତ୍ତରପ୍ରଦେଶରେ ସର୍ବନିମ୍ନ

ନୂଆଦିଲ୍ଲୀ: ଶନିବାର ଦେଶରେ ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ମୋଟ ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୮ ଲୋକସଭା ଆସନରେ ମତଦାନ ହେଉଛି। ଅପରାହ୍ନ ୩ଟା ସୁଦ୍ଧା ଦେଶରେ ୪୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ବିହାରରେ ଅପରାହ୍ନ ୩ଟା ସୁଦ୍ଧା ୪୫.୨୧ ପ୍ରତିଶତ ମତଦାନ ହୋଇଥିବାବେଳେ ହରିୟାଣାରେ ୪୬.୨୬ ପ୍ରତିଶତ, ଜାମ୍ମୁ-କାଶ୍ମୀରରେ ୪୪.୪୧, ଝାଡ଼ଖଣ୍ଡରେ ୫୪.୩୪, ଦିଲ୍ଲୀରେ ୪୪.୫୮, ଓଡ଼ିଶାରେ ୪୮.୪୪, ଉତ୍ତରପ୍ରଦେଶରେ ୪୩.୯୫ ଏବଂ ପଶ୍ଚିମବଙ୍ଗରେ ୭୦.୧୯ ପ୍ରତିଶତ ମତଦାନ ହୋଇଛି।

- Advertisement -

୬ଷ୍ଠ ପର୍ଯ୍ୟାୟରେ ଜାମ୍ମୁ-କାଶ୍ମୀରର ୧ଟି, ହରିୟାଣାର ୧୦ଟି, ଦିଲ୍ଲୀର ୭, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୮, ବିହାର ୮, ଝାଡ଼ଖଣ୍ଡ ୪ ଏବଂ ଓଡ଼ିଶାର ୬ଟି ଲୋକସଭା ଆସନରେ ଭୋଟଦାନ କରାଯାଉଛି। ୧୧ କୋଟି ୧୩ ଲକ୍ଷ ଭୋଟର ୮୮୯ ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟରଙ୍କ ମଧ୍ୟରେ ୫ କୋଟି ୮୪ ଲକ୍ଷ ପୁରୁଷ ଏବଂ ୫ କୋଟି ୨୯ ଲକ୍ଷ ମହିଳା ରହିଛନ୍ତି। ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୫୧୨୦। ଭୋଟଦାନ ପାଇଁ ସାରା ଦେଶରେ ୧ ଲକ୍ଷ ୧୪ ହଜାର ମତଦାନ କେନ୍ଦ୍ର କରାଯାଇଛି। ମୋଟ ୧୧ ଲକ୍ଷ ୪ ହଜାର ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories