ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ ନବମ ଏବଂ ଦଶମ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କ ତଥ୍ୟ ଖୋର୍ଦ୍ଧା ଜିଲାର ୪୮ଟି ବିଦ୍ୟାଳୟ ଦେଇନାହାନ୍ତି। ଯାହାଫଳରେ ପୁସ୍ତକ ବିତରଣରେ ସମସ୍ୟା ସୃଷ୍ଟି ହେଉଛି। ୨୦ ତାରିଖ (ଗୁରୁବାର) ଦିନ ୧୧ଟା ସୁଦ୍ଧା ଖୋର୍ଦ୍ଧା ଡିଇଓଙ୍କୁ ଏହି ତଥ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷରେ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ମିଳିଥିବା ପାଠାଗାର ଅନୁଦାନ (ଲାଇବ୍ରେରୀ ଗ୍ରାଣ୍ଟ)ର ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିନାହାନ୍ତି ବହୁ ଶିକ୍ଷାନୁଷ୍ଠାନ। ୨୦ ହଜାର/୨୫ ହଜାର ଟଙ୍କା ଲେଖାଏଁ ଅନୁଦାନ ଏ ବାବଦରେ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ମିଳିଥିଲା।



