www.samajalive.in
Sunday, December 7, 2025
23.1 C
Bhubaneswar

ଚିଲିରେ ଜଙ୍ଗଲ ନିଆଁରେ ୪୬ ମୃତ

ଡେସ୍କ: ଚିଲିର ଏକ ଘଞ୍ଚ ଜନବହୁଳ ଅଞ୍ଚଳରେ ବ୍ୟାପକ ଜଙ୍ଗଲ ଅଗ୍ନିକାଣ୍ଡରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୧୦୦ ଘର ନଷ୍ଟ ହୋଇଯାଇଛି। ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିଚ୍ ଦେଶବାସୀଙ୍କୁ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ ଭାଲପାରାଏସୋ ଅଞ୍ଚଳରେ ଚାରିଟି ସ୍ଥାନରେ ନିଆଁ ଜଳୁଛି ଏବଂ ଅଗ୍ନିଶମ କର୍ମଚାରୀମାନେ ଏହି ବିପଦପୂର୍ଣ୍ଣ ଅଞ୍ଚଳରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଷ୍ଟ୍ରପତି ବୋରିଚ ଦେଶବାସୀଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଅଧିକାରୀମାନେ କହିଛନ୍ତି କିଲପୋଇ ଏବଂ ଭିଲ୍ଲା ଆଲେମାନା ସହର ନିକଟରେ ଶୁକ୍ରବାର ଆରମ୍ଭ ହୋଇଥିବା ଅଗ୍ନିକାଣ୍ଡରେ ଅତି କମରେ ୮ ହଜାର ହେକ୍ଟର ଜମି ନଷ୍ଟ ହୋଇଯାଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories