www.samajalive.in
Sunday, December 14, 2025
14.1 C
Bhubaneswar

ପେଟ୍ରୋକେମିକାଲ ହବ୍ ହେବା ପାଇଁ  ଓଡ଼ିଶା ପ୍ରସ୍ତୁତ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ରାସାୟନିକ ଓ ପେଟ୍ରୋକେମିକାଲ ବିଭାଗ ପକ୍ଷରୁ ଫିକିର ମିଳିତ ସହଯୋଗରେ ଭୁବନେଶ୍ୱରଠାରେ ଇଣ୍ଡିଆ କେମ୍ ୨୦୨୪ ପରିପ୍ରେକ୍ଷୀରେ ଶିଳ୍ପ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି ।’ଆଡଭାନ୍ସଡ୍ ଇଣ୍ଡିଆ: ଇଣ୍ଡିଆନ୍ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ପେଭିଂ  ଦି ଫ୍ୟୁଚର୍’ ଶୀର୍ଷକ ତ୍ରୟୋଦଶ ଦ୍ୱିବାର୍ଷିକ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ସମ୍ମିଳନୀ ୨୦୨୪ ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଅନୁଷ୍ଠିତ ଏହି  ସମ୍ମିଳନୀରେ ରସାୟନିକ ଏବଂ ପେଟ୍ରୋକେମିକାଲ୍ସ ଶିଳ୍ପରୁ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଇଣ୍ଡିଆକେମ୍ ୨୦୨୪ସମ୍ମିଳନୀ ଉପରେ ଆଲୋକପାତକରାଯାଇଥିଲା।

ଏହି ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ଯୋଗଦେଇ ରସାୟନ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ଗୁଜରାଟ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ  ଆଲୋକପାତ କରିଥିଲେ। ସେ କହିଥିଲେ   ଯେ,  ଦୁଇ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଉଥିବା  ଇଣ୍ଡିଆକେମ୍-୨୦୨୪ ରେ ବିଶ୍ୱସ୍ତରୀୟ ଅଂଶଗ୍ରହଣକାରୀଙ୍କୁ ଅଂଶଗ୍ରହଣ ପାଇଁ  ଉଲ୍କେଖନୀୟ ଭାବେ ଆକୃଷ୍ଟ କରିବ  ବୋଲି ଆଶା କରାଯାଉଛି।

- Advertisement -

ଶ୍ରୀମତୀ ପଟେଲ ଗୁରୁତ୍ୱାରୋପ କରି କହିଥିଲେ ଯେ,  ଓଡ଼ିଶା ଏହାର ଦକ୍ଷ ମାନବ ସମ୍ବଳ ଏବଂ ଏହାର ଉପଯୋଗୀ ଉପକୂଳ ଅବସ୍ଥିତି ସହିତ ରସାୟନ  ଏବଂ ପେଟ୍ରୋକେମିକାଲର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ଯାହାକି  ଉତ୍ପାଦନ, ନିଯୁକ୍ତି ଏବଂ ରପ୍ତାନି ପାଇଁ ବିପୁଳ ସୁଯୋଗ ପ୍ରଦାନ କରିବ । ବର୍ତ୍ତମାନ ଦେଶରେ ୨୨୦ ବିଲିୟନ ଡଲାର ମୂଲ୍ୟର ଏହି କ୍ଷେତ୍ର୨୦୪୭ ସୁଦ୍ଧା ୧ ଟ୍ରିଲିୟନ ଡଲାର ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଦେଶ ଭିତରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଉପରେ ସରକାରଙ୍କ ଗୁରୁତ୍ୱ ଏହି ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବ ।

ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଶିଳ୍ପ ନୀତି ଓ ପ୍ରୋତ୍ସାହନ ସମ୍ପର୍କରେ ଆଲୋଚନା କରିଥିଲେ। ଭିତ୍ତିଭୂମି, ବନ୍ଦର ବ୍ୟବସ୍ଥା ଏବଂ ବିଦ୍ୟୁତ ଶୁଳ୍କରେ ରିହାତି  ସହିତ ଶିଳ୍ପ ଚାହିଦା ପୂରଣ ପାଇଁ ଦକ୍ଷ ମାନବ ସମ୍ବଳ ବିକାଶ ନିମନ୍ତେ  ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ସେ ଆଲୋକପାତ କରିଥିଲେ। କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବା ଏବଂ ନିଟ୍-ଜିରୋ ଲକ୍ଷ୍ୟ ହାସଲ ପାଇଁ ସବୁଜ ଜ୍ଞାନକୌଶଳରେ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାରଙ୍କ ସମର୍ପିତ ମନୋଭାବ ଉପରେ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରଣାଳୟର ସଚିବ ନିବେଦିତା ଶୁକ୍ଲା ବର୍ମା ପେଟ୍ରୋଲିୟମ କ୍ଷେତ୍ରର ମହତ୍ତ୍ୱ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ, ଯାହା ଦେଶର ଉତ୍ପାଦନରେ ୮% ଏବଂ ବିଶ୍ୱରେ  ବିକ୍ରୟରେ  ୩% ଯୋଗଦାନ ଦେଇଥାଏ । ବର୍ତ୍ତମାନ ୩୨୦ ବିଲିୟନ ଡଲାର ଆକଳନ କରାଯାଇଥିବା ଏହି କ୍ଷେତ୍ର ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ମଧ୍ୟରୁ ଅନ୍ୟତମ ଏବଂ ୨୦୪୭ ସୁଦ୍ଧା ଏହା ୧ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏକ ବିକଶିତ ଭାରତ ଗଠନରେ ଏହି କ୍ଷେତ୍ରର ଅବଦାନ ବୃଦ୍ଧି କରିବା ପାଇଁ ସରକାର ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଆଗାମୀ ଦଶନ୍ଧି ମଧ୍ୟରେ ପେଟ୍ରୋକେମିକାଲ ରପ୍ତାନିକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ରସାୟନ ଓ ସାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଦୀପଙ୍କର ଆରନ ଆଗାମୀ ଅକ୍ଟୋବରରେ ହେବାକୁ ଥିବା  ଇଣ୍ଡିଆକେମ୍ ୨୦୨୪ ବିଷୟରେ ସୂଚନା ପ୍ରଦାନ କରିଥିଲେ, ଯେଉଁଥିରେ ୨୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିବେ ଏବଂ ୭ ହଜାରରୁ ଅଧିକ କମ୍ପାନୀଙ୍କ ଯୋଗଦାନ ରହିବ  । ଏହି କାର୍ଯ୍ୟକ୍ରମରେ ବି୨ବି ଓ ବି୨ଜି ବୈଠକ, ଗ୍ଲୋବାଲ୍ ସିଇଓ ଫୋରମ୍ ଏବଂ ଜାପାନ, କୋରିଆ, ବ୍ରାଜିଲ୍, ଆର୍ଜେଣ୍ଟିନା ଏବଂ ୟୁଏଇ ଭଳି ଦେଶର ପ୍ରତିନିଧିଙ୍କ ସହ ରାଉଣ୍ଡଟେବୁଲ୍ ଆଲୋଚନା ହେବ। ଏଥିରେ ଓଡ଼ିଶାର ୪୦ରୁ ଅଧିକ ଅନୁଷ୍ଠାନ ଓ ଶିଳ୍ପ ସଂଘ ଅଂଶଗ୍ରହଣ କରିବା ସହ ପ୍ରଥମ ଥର ପାଇଁ ନିଯୁକ୍ତି ମେଳା ଆୟୋଜନ କରାଯିବ।

ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜ୍ୟର ପାରାଦୀପ, ଗୋପାଳପୁର ଓ ଧାମରା ଭଳି ବନ୍ଦରର ସମ୍ପ୍ରସାରଣ ପ୍ରୟାସ ସହ ଜାତୀୟ ରାଜପଥ ଓ ସଡ଼କର ବିକାଶ ଉପରେ ଆଲୋକପାତ କରିଥିଲେ। ବିଶେଷ କରି ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଯେଉଁଠାରେ ଇଣ୍ଡିଆନ୍ ଅଏଲ୍ ପ୍ଲାଷ୍ଟିକ୍ ପାର୍କ ପ୍ରତିଷ୍ଠା କରିସାରିଛି, ସେଠାରେ ଇଜ ଅଫ୍ ଡୁଇଁ ବିଜନେସ୍ ରେ ଉନ୍ନତି ଆଣିବା ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ ଦୋହରାଇଥିଲେ।

ଫିକିର ନ୍ୟାସନାଲ ପେଟ୍ରୋକେମିକାଲ୍ସ କମିଟିର ସହ-ଅଧ୍ୟକ୍ଷ ଶ୍ରୀ ଅରବିନ୍ଦର ସିଂହ ସାହାଣୀ  ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ବିପୁଳ ସୁଯୋଗ ଉପରେ ଗୁରୁତ୍ୱାରୋପ କରିବା ସହ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଅଂଶୀଦାରମାନଙ୍କୁ ଏହି ସମୟରେ  ଫାଇଦା ଉଠାଇବାକୁ ଅନୁରୋଧ କରିଥିଲେ। ଭାରତ ମୁଖ୍ୟତଃ ପେଟ୍ରୋକେମିକାଲ ଆମଦାନୀ ଉପରେ ନିର୍ଭରଶୀଳ ଥିବା ବେଳେ ଏହି କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ବ୍ୟାଙ୍କଗୁଡ଼ିକଠାରୁ ଯଥେଷ୍ଟ ଚାହିଦା ଏବଂ ପ୍ରସ୍ତୁତି ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ନିକଟ ଭବିଷ୍ୟତରେ ଓଡ଼ିଶାର ପ୍ରସ୍ତୁତ ଭିତ୍ତିଭୂମି ଓ ପାରାଦୀପରେ ଉଲ୍ଲେଖନୀୟ ପୁଞ୍ଜିନିବେଶ ସମ୍ପର୍କରେ ଶ୍ରୀ ସାହାଣୀ ଆଲୋକପାତ କରିଥିଲେ।

ଫିକି ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ପଙ୍କଜ ସତୀଜା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଶିଳ୍ପ ଏବଂ ଏମଏସଏମଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଉପସ୍ଥିତ ଥିଲେ ।

ମୁମ୍ବାଇର ବମ୍ବେ  ପ୍ରଦର୍ଶନୀ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ କେମ୍ ୨୦୨୪ ଶିଖର ସମ୍ମିଳନୀରେ କେମିକାଲ, ପେଟ୍ରୋକେମିକାଲ୍ସ, ଟେକ୍ନୋଲୋଜି, ପ୍ରୋସେସ୍ ପ୍ଲାଣ୍ଟ ମେସିନ୍ ଏବଂ କଣ୍ଟ୍ରୋଲ ଆଣ୍ଡ ଅଟୋମେସନ୍ ସିଷ୍ଟମ୍ ର କମ୍ପାନିଗୁଡ଼ିକ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଭାରତ ସରକାର ନିଜର ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ୍ସ ନିବେଶ କ୍ଷେତ୍ର ନୀତିର ସମ୍ପ୍ରସାରଣ କରିବାକୁ ଯୋଜନା କରିଛନ୍ତି। ଫିକି କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଆୱାର୍ଡ ୨୦୨୪ ପାଇଁ ଆବେଦନ ପତ୍ର ଏବେ ଖୋଲା ରହିଛି ଏବଂ ୨୦ସେପ୍ଟେମ୍ବର ୨୦୨୪ ସୁଦ୍ଧା ଚୟନ ଦାଖଲ କରାଯିବ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories