www.samajalive.in
Monday, December 15, 2025
26.1 C
Bhubaneswar

ଅଲୌକିକ ! ଭୂସ୍ଖଳନ ସ୍ଥଳରୁ ୪ ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ୪୦ ଦିନର ଶିଶୁ

ସମାଜ ଡିଜିଟାଲ ଡେସ୍କ: କେରଳର ଓ୍ବାୟନାଡରେ ଘଟିଥିବା ବିଧ୍ବଂସକାରୀ ଭୂସ୍ଖଳନରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ହାନି ଘଟିଛି। ୨୦ରୁ ଅଧିକ ଲୋକଙ୍କ ପତ୍ତା ମିଳିନାହିଁ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଲୌକିକ ଘଟଣା। ଭୂସ୍ଖଳନ ସ୍ଥଳରୁ ୪ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇଛି ଏକ ୪୦ ଦିନର ଶିଶୁ ଅନାରା। ଉଦ୍ଧାରକାରୀ ଦଳ ଏକ ଭଗ୍ନ କୋଠାରୁ ଏହି ଶିଶୁ ସମେତ ତା’ର ମା’ ତଞ୍ଜୀରାଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି। ପ୍ରବଳ ସ୍ରୋତ ସତ୍ବେ ତଞ୍ଜୀରା ନିଜର ନବଜାତକକୁ କୋଳରେ ଜୋରରେ ଜାବୁଡ଼ି ଧରି ରଖିବା ଫଳରେ ଉଭୟଙ୍କ ଜୀବନ ବଞ୍ଚିବା ସମ୍ଭବ ହୋଇଛି। ମା’ର ମମତା ଏବଂ ସନ୍ତାନକୁ ରକ୍ଷା କରିବାର ଜିଦ୍‌ ଆଗରେ ମୃତ୍ୟୁ ପଛଘୁଞ୍ଚା ଦେଇଛି ବୋଲି ଉଦ୍ଧାରକାରୀ ଦଳ ମତ ଦେଇଛନ୍ତି। ତେବେ ଏହି ଦୁଃଖଦ ଘଟଣାରେ ତଞ୍ଜୀରା ତାଙ୍କ ମା’ ଅମୀନା ଏବଂ ଜେଜେ ମା’ ପଥୁମ୍ମାଙ୍କୁ ହରାଇଛନ୍ତି।

ସେହିପରି ଉଦ୍ଧାରକାରୀ ଦଳ ଭୂସ୍ଖଳନ ସ୍ଥଳରୁ ଅନ୍ୟ ଏକ ୬ ବର୍ଷର ଶିଶୁ ମହମ୍ମଦ ହାୟାନକୁ ମଧ୍ୟ ଉଦ୍ଧାର କରିଛନ୍ତି। ହାୟାନ ପାଣିରେ ଘରଠାରୁ ୧୦୦ ମିଟର ପର୍ଯ୍ୟନ୍ତ ଭାସିଯାଇଥିଲେ। ଏକ କୁଅରେ ଲାଗିଥିବା ତାରକୁ ସେ ଜାବୁଡ଼ି ଧରି ନିଜର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଏହି ଦୁଇଟି ଘଟଣା କୌଣସି ଅଲୌକିକ ଘଟଣାଠାରୁ କମ ନୁହେଁ ବୋଲି କୁହାଯାଉଛି। ତେବେ ହାୟାନଙ୍କ ପରିବାର ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ। ସୂଚନାଯୋଗ୍ୟ, ଭୂସ୍ଖଳନ ପରେ ୮ ହଜାର ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇସାରିଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories