ଗୁଳିବିନିମୟରେ ୪ ଆତଙ୍କବାଦୀ ମୃତ

0

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁପୱାଡା ଜିଲା ଆରାମପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ୪ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସେନା ଅଧିକାରୀଙ୍କ କହିବା ଅନୁଯାୟୀ ସେନାର ଏକ ପାଟ୍ରୋଲିଂ ଗାଡି ଉପରକୁ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ। ଗୁଳିମାଡ କରିଥିବା ଆତଙ୍କବାଦୀଙ୍କୁ ଠାବ କରିବାକୁ ସୁରକ୍ଷାକର୍ମୀମାନେ ସେଠାରେ ତଲାସ ଅଭିଯାନ କରିଥିଲେ। ଅଭିଯାନ ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ରିପୋର୍ଟ ଲେଖା ହେବା ବେଳକୁ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବାବେଳେ ୪ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳକୁ ଅଧିକ ସୁରକ୍ଷାକର୍ମୀ ପଠାଯାଇଛି। ଘଟଣାସ୍ଥଳକୁ ଚାରିପଟୁ ଘେରାଉ କରିନିଆଯାଇଛି। ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁଯାୟୀ ଅପରାହ୍ଣ ପ୍ରାୟ ୩ଟା ୩୦ରେ ଏହି ଗୁଳିବିନିମୟ ଆରମ୍ଭ ହୋଇଥିଲା। ରାଷ୍ଟ୍ରୀୟ ରାଇଫଲ୍ସ ଓ ରାଜ୍ୟ ପୁଲିସର ଏସଓଜିଙ୍କ ପାଟ୍ରୋଲିଂ ଗାଡି ଉପରକୁ ପ୍ରଥମେ ଗୁଳିମାଡ ହୋଇଥିଲା।

Leave A Reply