www.samajalive.in
Monday, December 15, 2025
27.1 C
Bhubaneswar

ଲୋକସେବକ ମଣ୍ଡଳରେ ୪ ନୂତନ ଆଜୀବନ ସଦସ୍ୟ

ନୂଆଦିଲ୍ଲୀ : ଲୋକସେବକ ମଣ୍ଡଳର ନୂତନ ଆଜୀବନ ସଦସ୍ୟ ଭାବେ ରମାନାଥ ଝା, ଜ୍ୟୋତିପ୍ରକାଶ ବର୍ମା, ଅଶୋକ କୁମାର ଜୈନ ଓ ହରବଂଶ ଲାଲ ଡଙ୍କଲ ମନୋନୀତ ହୋଇଛନ୍ତି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାରଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୨୫ରେ ସ୍ଥାନୀୟ ଲଜପତ ଭବନ ଠାରେ ଅନୁଷ୍ଠିତ ଲୋକସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅନୁଷ୍ଠାନର ଆଜୀବନ ସଦସ୍ୟ ଭାବେ ବ୍ୟକ୍ତିବିଶେଷ ମଣ୍ଡଳରେ ସାମିଲ ହେବା ଦ୍ୱାରା ଅନୁଷ୍ଠାନର କାର୍ଯ୍ୟଦକ୍ଷତାରେ ବୃଦ୍ଧି ଘଟିବ। ସଂସ୍ଥାର ବିଭିନ୍ନ କାର୍ଯ୍ୟଗୁଡ଼ିକୁ ନୂଆ ଉର୍ଜା ଓ ଦିଗ ମିଳିବ। ଲୋକସେବକ ମଣ୍ଡଳର ଉଚ୍ଚ ପରମ୍ପରା ଅନୁଯାୟୀ ସେବା, ସାଧୁତା ଏବଂ ଲୋକକଲ୍ୟାଣ ଭାବନାକୁ ନୂତନ ସଦସ୍ୟଗଣ ଆଗକୁ ବଢ଼଼଼ାଇବେ ବୋଲି ଶ୍ରୀ ରାଜକୁମାର ଆଶାପ୍ରକାଶ କରିଛନ୍ତି। ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଦୀପକ ମାଲବ୍ୟ ୪ ନୂତନ ସଦସ୍ୟଙ୍କ ମନୋନୟନକୁ ନେଇ ଖୁସିବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ଅନୁଷ୍ଠାନର ଜନକଲ୍ୟାଣକାରୀ କାର୍ଯ୍ୟ ସହଜରେ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ଜେନା କହିଛନ୍ତି ଯେ, ଆଗାମୀ ଦିନରେ ସମଗ୍ର ଦେଶରେ ଲୋକସେବକ ମଣ୍ଡଳ କାର୍ଯ୍ୟ ବିସ୍ତାରରେ ଉପରୋକ୍ତ ଏହି ନୂତନ ଆଜୀବନ ସଦସ୍ୟଗଣଙ୍କ ଭୂମିକା ମହତ୍ୱପୂର୍ଣ୍ଣ ରହିବ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories