www.samajalive.in
Monday, December 15, 2025
26.1 C
Bhubaneswar

ଡକାୟତି ଯୋଜନାବେଳେ ୪ ଗିରଫ, ବୋମା ଓ ମାରଣାସ୍ତ୍ର ଜବତ

ସିମୁଳିଆ: ଡକାୟତି ଯୋଜନା ସମୟରେ ସିମୁଳିଆ ପୁଲିସ ୪ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ବୋମା, ରୁପା ଗହଣା ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ କ୍ଷୀରକୋଣା ଘାସୁଆ ବ୍ରିଜ ନିକଟରେ କିଛି ବ୍ୟକ୍ତି ବସି ଏକ ବଡ଼ ଧରଣର ଚୋରି କରିବାକୁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ସିମୁଳିଆ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ଓ ଟିମ ପାଟ୍ରୋଲିଂ କରୁଥିବା ସମୟରେ ସେଠାରେ ଚଡ଼ାଉ କରିଥିଲେ। ୪ ଜଣ ଖସି ପଳାଇଥିବାବେଳେ ୩ ଜଣଙ୍କୁ ପୁଲିସ କାବୁ କରିଥିଲା। ସେମାନେ ହେଲେ କ୍ଷୀରକୋଣା ଅଞ୍ଚଳର ଚନ୍ଦନ ମଲ୍ଲିକ(୨୪), ତୁଷାର ମଲ୍ଲିକ(୧୯) ଏବଂ ଖଗେନ୍ଦ୍ର ମଲ୍ଲିକ(୨୫)।

ଅଭିଯୁକ୍ତମାନଙ୍କ ନିକଟରୁ ମାରଣାସ୍ତ୍ର, ଦୁଇଟି ବୋମା ଓ ବାଇକ ଜବତ ହୋଇଥିଲା। ଏହି ତିନି ଜଣଙ୍କୁ ନେଇ ତଦନ୍ତ ଚାଲିଥିବାବେଳେ ସୋର ଥାନା ଅଞ୍ଚଳରୁ ୯ଟି ସ୍ଥାନରୁ, ବାସୁଦେବପୁର ଥାନା ଅଞ୍ଚଳରୁ ଦୁଇଟି ସ୍ଥାନ ଓ ସିମୁଳିଆ ଥାନା ଅଞ୍ଚଳର ୫ଟି ସ୍ଥାନରୁ ବଡ଼ ଧରଣର ଡକାୟତିରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ ଚୋରି ଗହଣା କିଣିଥିବା ଜଣେ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିଥିଲା। ସେ ହେଲେ ସୋର ଥାନା ତୁଣ୍ଡପଡ଼ା ଗ୍ରାମର ସବୀର କୁମାର କାମିଳା(୪୬)। ତାଙ୍କଠାରୁ ପୁଲିସ ୯୦୦ ଗ୍ରାମ ଓଜନର ରୁପା ଗହଣା ଜବତ କରିଛି। ଏହି ଘଟଣାରେ ଏକ ମାମଲା (୪୭୨/୨୫) ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ ଏସଡିପିଓ  ଶୁଭ୍ରାଂଶୁ ମିଶ୍ର ସୂଚନା ଦେଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories