www.samajalive.in
Monday, December 8, 2025
13.1 C
Bhubaneswar

ସୁନା ଦୋକାନୀଙ୍କଠାରୁ ଲୁଟିନେଲେ ୮ ଲକ୍ଷର ଅଳଙ୍କାର ଭର୍ତ୍ତି ବ୍ୟାଗ

ବାସୁଦେବପୁର: ଦୋକାନ ବନ୍ଦକରି ଘରକୁ ଫେରୁଥିବା ସୁନା ଦେକାନୀଙ୍କଠାରୁ ଅଳଙ୍କାର ବ୍ୟାଗ ଲୁଟିନେଲେ ଲୁଟେରା। କିଆପଡା ବ୍ରାହ୍ମଣୀଗାଁ ରାସ୍ତାର ବଜାର ନିକଟରେ ଘଟିଛି ଏଭଳି ଘଟଣା। ଲୁଟର ଶିକାର ହୋଇଛନ୍ତି ସିମୁଳିଆ ଥାନା ବେଗୁନିଆ ଗାଁର ପ୍ରହଲ୍ଲାଦ ସାହୁ। ନଗଦ ୩୦ ହଜାର ଟଙ୍କା ସହ ଅଳଙ୍କାର ବ୍ୟାଗ ଲୁଟି ନେଇଛନ୍ତି ଲୁଟେରା। ଲୁଟ୍‌ ହୋଇଥିବା ଅଳଙ୍କାର ମୂଲ୍ୟ ୮ ଲକ୍ଷରୁ ଅଧିକ ହେବ। ଘଟଣାକୁ ନେଇ ସାହୁ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି।

ବ୍ୟବସାୟୀ ସାହୁଙ୍କର ବାସୁଦେବପୁର ଥାନା କମାରଗାଁ ବଜାରରେ ଅହଲ୍ୟା ଜୁଏଲାରୀ ନାମରେ ମରାମତି ଦୋକାନ ରହିଛି। ସବୁଦିନ ପରି ପ୍ରହଲ୍ଲାଦ ଦୋକାନ ବନ୍ଦକରି ସମସ୍ତ ଅଳଙ୍କାରକୁ ବ୍ୟାଗରେ ପୁରାଇ ଲୁନାଗାଡ଼ିରେ  ଘରକୁ ଫେରୁଥିଲେ। କିଆପଡା ବ୍ରାହ୍ମଣୀଗାଁ ରାସ୍ତାର ବଜାର ନିକଟରେ ୩ ଜଣ ଯୁବକ ବାଇକରେ ଆସି ପ୍ରହଲ୍ଲାଦଙ୍କୁ ଗୋଇଠା ମାରି ବ୍ୟାଗ ଛଡ଼ାଇନେଇ ଫେରାର ହୋଇଯାଇଥିଲେ। କେତେକ ଯୁବକ ଲୁଟେରାଙ୍କ ପିଛା କରିଥିଲେ ବି ଧରିବାରେ ସକ୍ଷମ ହୋଇ ନ ଥିଲେ। ପୁଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories