www.samajalive.in
Saturday, December 6, 2025
23.1 C
Bhubaneswar

ଆଇସିଏମଆରର ଚେତାବନୀ- ଅଗଷ୍ଟ ଶେଷସୁଦ୍ଧା ଭାରତରେ କରୋନାର ତୃତୀୟ ଲହର

ନୂଆଦିଲ୍ଲୀ: ଭାରତରେ କରୋନାର ତୃତୀୟ ଲହର ଆଗାମୀ ଅଗଷ୍ଟ ଶେଷସୁଦ୍ଧା ଦେଖାଦେବ। ସମ୍ଭବତଃ ଏହାର ପ୍ରଭାବ ଦ୍ୱିତୀୟ ଲହର ତୁଳନାରେ କମ୍‍ ରହିବ ବୋଲି କହିଛି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର)। ଏହା କହିଛି ଯେ, ସମଗ୍ର ଦେଶର ତୃତୀୟ ଲହରର ପ୍ରଭାବ ପଡିବ। ଆଇସିଏମଆରର ମହାମାରୀ ଓ ସଂକ୍ରାମକ ରୋଗ ବିଭାଗ ମୁଖ୍ୟ ଡା. ସମୀରଣ ପଣ୍ଡା କହିଛନ୍ତି, ତୃତୀୟ ଲହରରେ ସଂକ୍ରମଣ ପ୍ରଭାବ ଦ୍ୱିତୀୟ ଲହର ଭଳି ଏତେ ମାରାତ୍ମକ ଓ ଘାତକ ହୋଇନପାରେ।

ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ୍‍ ଘେବ୍ରିୟେସସସ୍‍ କହିଥିଲେ, ସମଗ୍ର ବିଶ୍ୱ ସଂପ୍ରତି କରୋନା ତୃତୀୟ ଲହରର ଆଦ୍ୟ ଅବସ୍ଥାରେ ରହିଛି। ବିଶେଷକରି କୋଭିଡ ଡେଲଟା ପ୍ରକରଣର ବର୍ଦ୍ଧିତ ସଂକ୍ରମଣକୁ ଲକ୍ଷ୍ୟକରି ସେ ଏହା କହିଥିଲେ। ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ନିୟମାବଳୀ ଜରୁରି କମିଟିର ୮ମ ବୈଠକରେ ଉଦବୋଧନ ଦେଇ ସେ କହିଥିଲେ, ଜନସାଧାରଣ ଏବଂ ଗାଡି ମଟର ଚଳାଚଳ ବୃଦ୍ଧିପାଇବା, ଦୋକାନ ବଜାର ଖୋଲିବା ଏବଂ ସେହି ସମୟରେ ବ୍ୟକ୍ତିଗତ ସୁରକ୍ଷା ମୂଳକ ପଦକ୍ଷେପ ସଠିକ ଭାବରେ ଅନୁସରଣ କରାନଯିବା କାରଣରୁ ବିଶ୍ୱରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ପ୍ରାୟ ୧୦ ସପ୍ତାହ ଧରି କରୋନା ମୃତ୍ୟୁ ହ୍ରାସପାଇବା ପରେ ସେଥିରେ ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି। ଭୂତାଣୁ ନୂଆ ନୂଆ ରୂପରେ ସଂକ୍ରମିତ କରୁଛି। ପରିତାପର ବିଷୟ ଯେ ଆମେ ସଂପ୍ରତି କୋଭିଡ ସଂକ୍ରମଣର ପ୍ରାରମ୍ଭିକ ଅବସ୍ଥାରେ ରହିଛି। ଆଗକୁ ଏହା ଜଟିଳ ରୂପ ନେବ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories