ନୂଆଦିଲ୍ଲୀ : ସାରା ଦେଶରେ କରୋନାର ୨ୟ ତରଙ୍ଗ ଏବେ ମଧ୍ୟ ଜାରି ରହିଛି। ଏଥିପାଇଁ ଅନେକ ରାଜ୍ୟରେ କଟକଣା ସହ ତାଲାବନ୍ଦ ବୃଦ୍ଧି କରାଯାଉଛି। ଏଭଳି ପରିସ୍ଥିତିରେ ଏବେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ପୁଡୁଚେରୀରେ ୨୦ ଜଣ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ୨୦ ଶିଶୁ ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଜଟିଳ ପରିସ୍ଥିତି ଦେଖାଦେଇଛି। ସମସ୍ତ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପିଲାମାନଙ୍କର ବୟସର ବିବରଣୀ ସଂଗ୍ରହ କରାଯାଉଛି ବୋଲି ସୂଚନା ମିଳିଛି।
Popular Categories



