www.samajalive.in
Saturday, December 6, 2025
23.1 C
Bhubaneswar

ମିଶନ ଶକ୍ତି ବନ୍ଦ କରିବାକୁ ଯୋଜନା କରୁଛି ବିଜେପି- ପାଣ୍ଡିଆନ୍‌‌

ବାଲେଶ୍ୱର: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ବାଲେଶ୍ୱରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି ଆଶୀର୍ବାଦ ଲୋଡିଛନ୍ତି। ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ପ୍ରଥମ ଦସ୍ତଖତ ବିଜୁଳି ବିଲ୍‌‌ ଛାଡ କରିବେ, ଦ୍ୱିତୀୟ ଦସ୍ତଖତ ବିଏସକେୱାଇ କାର୍ଡ ସମସ୍ତେ ପାଇବେ ଏବଂ ତୃତୀୟ ଦସ୍ତଖତ ମିଶନଶକ୍ତି ମାମାନେ ୬୦ବର୍ଷ ପରେ ପେନସନ ପାଇବା ଭଳି ବ୍ୟବସ୍ଥା କରିବେ। ଅନ୍ୟପଟେ ପାଣ୍ଡିଆନ କହିଛନ୍ତି ବିଜେପି ମିଶନ ଶକ୍ତି ବନ୍ଦ କରିବାକୁ ଷଡଯନ୍ତ୍ର କରୁଛି। ଏହା ଆପଣମାନେ ହେବାକୁ ଦେବେ ନାହିଁ। ଯଦି ବିଜେପି ଏଠାରେ ସରକାର ଗଠନ କରିବ ତେବେ ମିଶନ ଶକ୍ତି, ବିଏସକେୱାଇ ଯୋଜନା ବନ୍ଦ କରିବ। ତେବେ ମିଶନ ଶକ୍ତିକୁ ଯିଏ ବନ୍ଦ କରିବାକୁ ଷଡଯନ୍ତ୍ର କରି ମା ମାନେ ତାକୁ ଉଚିତ ଜବାବ ଦେବେ ବୋଲି ପାଣ୍ଡିଆନ କହିଛନ୍ତି। ବାଲେଶ୍ୱରର ବିଭିନ୍ନ ସ୍ଥାନ ଯଥା ଜଳେଶ୍ୱର, ଭୋଗରାଇ, ବେତନଟୀରେ ନିର୍ବାଚନ ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍‌‌।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories