www.samajalive.in
Monday, December 15, 2025
26.1 C
Bhubaneswar

କଂଗ୍ରେସ ଜିଲା ସଭାପତି ମନୋନୟନ ଲାଗି ୩୫ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ବର: ‘ସଙ୍ଗଠନ ସୃଜନ ଅଭିଯାନ’ ଜରିଆରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ୪ଟି ରାଜ୍ୟ ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଜିଲା ସଭାପତି ମନୋନୟନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଏଆଇସିସି ଏଆଇସିସି ସାଧାରଣ ସମ୍ପାଦକ(ସାଙ୍ଗଠନିକ) କେ.ସି ବେଣୁଗୋପଳ ଏ ସଂକ୍ରାନ୍ତରେ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି।

ଓଡ଼ିଶା ପାଇଁ ୩୫ଟି ସାଙ୍ଗଠନିକ ଜିଲା ସଭାପତି ମନୋନୟନ କରାଯିବ। ପ୍ରତି ସାଙ୍ଗଠନିକ ଜିଲା ପିଛା ଜଣେ ଲେଖାଏଁ ୩୫ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏହି ତାଲିକାରେ ଡକ୍ଟର ଏନ. ରଘୁବୀର ରେଡ୍ଡୀ, ଜି.ସି. ଚନ୍ଦ୍ରଶେଖର, ଇ.ତୁକାରାମ, ଡିନ୍‌ କୁରିଆକୋସେ, ଶ୍ରେୟାସ ଏମ.ପଟେଲ, ଶୋଭା ତାଇ ବଚଭ, ଡି.କେ. ସୁରେଶ, ଏସ.ଏ. ସମ୍ପତ କୁମାର, ଡା. ଶିରିବେଲ୍ଲା ପ୍ରସାଦ, ଚେତନ ଚୌହାନ, ଗୋପୀନାଥ ପାଲାନିୟାପ୍ପାନ, ମନୋଜ ଚୌହାନ, ଗଣେଶ ଯାଦବ, ଜେ.ଡି. ସିଲମ, ସାଇକ ମସ୍ତାନ ୱାଲି, ଶୋଭା ଓଜା, ମହେଶ ଶର୍ମା, ଚରଣ ସିଂହ ସାପ୍ରା, ମମତା ଭୂପେଶ, ରିଜୱାନ ଅର୍ସଦ, ପରମେଶ୍ବର ନାଏକ, ସି.ଡି. ମେୟାପ୍ପାନ, ସଚିନ ନାଏକ, ସଞ୍ଜୟ କପୁର, ଜେଟ୍ଟି କୁସୁମ କୁମାର, ରାମଲାଲ ଜାଟ,ବିମଲ ଶାହ, ଏମ.ଲିଜୁ, ଚାରୁଲତା ତୋକାସ, ହସନ ମୌଲାନା, ଅମିତ ସିହଗ, ରାଘବେନ୍ଦ୍ର ସିଂ, ନୀତିନ କୁମ୍ବାଲକର, ଇନ୍ଦ୍ରରାଜ ଗୁର୍ଜର ଓ ଡ. ପଲକ ବର୍ମା ରହିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଏସବୁ ପର୍ଯ୍ୟବେକ୍ଷକଙ୍କ ନାମକୁ ମଞ୍ଜୁର କରିଛନ୍ତି। ଆଗାମୀ ଦିନରେ ପର୍ଯ୍ୟବେକ୍ଷକମାନେ ଓଡ଼ିଶା ଆସି ଜିଲା ଗସ୍ତ କରିବେ। ସେଠାରେ ଜିଲା କଂଗ୍ରେସ କର୍ମୀଙ୍କ ସହିତ ବ୍ଲକ, ନଗର, ଏନଏସି, ପୌର ପରିଷଦ କର୍ମୀଙ୍କୁ ଭେଟି କାହାକୁ ଜିଲା ସଭାପତି କଲେ ଦଳ ଆଗକୁ ସୁଦୃଢ଼ ହୋଇପାରିବ ସେ ବିଷୟରେ ମତାମତ ଲୋଡ଼ିବେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories