www.samajalive.in
Saturday, December 6, 2025
17.1 C
Bhubaneswar

ରାଜ୍ୟରେ ଦିନକରେ ୩୪୦୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୯୪୩ ଓ ସ୍ଥାନୀୟ ସଂକ୍ରମିତ ୧୪୬୫

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୪୩ ଓ ସ୍ଥାନୀୟ ସଂକ୍ରମିତ ୧୪୬୫ ରହିଥିବା ଜଣାଯାଇଛି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୯୩, ବାଲେଶ୍ୱର ୨୫୧, ବରଗଡ ୨୪, ଭଦ୍ରକ ୧୬୯, ବଲାଙ୍ଗୀର ୨୨, ବଉଦ ୨୮, କଟକ ୫୫୩, ଦେବଗଡ ୪, ଢେଙ୍କାନାଳ ୭୩, ଗଜପତି ୧୪, ଗଞ୍ଜାମ ୧୭, ଜଗତସିଂହପୁର ୧୦୩, ଯାଜପୁର ୨୫୮, ଝାରସୁଗୁଡା ୧୯, କଳାହାଣ୍ଡି ୧୫ ଏବଂ କନ୍ଧମାଳ ଜିଲାରୁ ୧୯ ଜଣ ରହିଛନ୍ତି । ସେହିଭଳି କେନ୍ଦ୍ରାପଡା ଜିଲାରୁ ୧୧୦, କେନ୍ଦୁଝର ୭୦, ଖୋର୍ଦ୍ଧା ୫୮୨, କୋରାପୁଟ ୭୬, ମାଲକାନଗିରି ୭୩, ମୟୁରଭଞ୍ଜ ୧୫୮, ନବରଙ୍ଗପୁର ୪୩, ନୟାଗଡରୁ ୧୬୦ ଜଣ ଚିହ୍ନଟ ହୋଇଛନ୍ତି । ଅନୁରୂପ ଭାବେ ନୂଆପଡା ଜିଲାରୁ ୬, ପୁରୀ ୨୧୫, ରାୟଗଡା ୭୭, ସମ୍ବଲପୁର ୨୮, ସୋନପୁର ୧୬, ସୁନ୍ଦରଗଡ ୩୭ ଏବଂ ଷ୍ଟେଟପୁଲରୁ ୯୫ ଜଣଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ମୋଟ ୮୬୩୮୨୪ ଜଣ କରୋନାରୁ ସୁସ୍ଥ ହୋଇସାରିଥିବାବେଳେ ୩୨୭୦୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories