www.samajalive.in
Friday, December 5, 2025
20.1 C
Bhubaneswar

ଉତ୍ତରପ୍ରଦେଶରେ ଏକାକି ନିର୍ବାଚନ ଲଢିବ ବିଏସପି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବହୁଜନ ସମାଜ ପାର୍ଟି (ବିଏସପି) ଏକାକି ଲଢିବ । ଦଳ ଉତ୍ତରପ୍ରଦେଶରେ ଏଆଇଏମଆଇଏମ ସହିତ ମେଣ୍ଟ କରୁଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଛି ତାହା ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ସୂଚନାଯୋଗ୍ୟ ଯେ ଏନସିପି ନେତା ଶରଦ ପୱାରଙ୍କ ନେତୃତ୍ୱରେ ଦେଶରେ ବିରୋଧୀ ରାଜନୈତିକ ଦଳଗୁଡିକର ଏକ ମେଣ୍ଟ ଗଠନ ପାଇଁ ପ୍ରୟାସ ଚାଲିଥିବା ଆଲୋଚନା ହେଉଥିବାବେଳେ ଏହାକୁ କେହି ସ୍ୱୀକାର କିମ୍ବା ଅସ୍ୱୀକାର କରିନାହାନ୍ତି । ଅବଶ୍ୟ ଭାଜପା ବିରୋଧରେ ଦେଶରେ କୌଣସି ବିକଳ୍ପ ମେଣ୍ଟ ଗଠନ କରାଗଲେ ସେଥିରେ କଂଗ୍ରେସକୁ ନିଆଯିବା ଆବଶ୍ୟକ ବୋଲି ଶରଦ ପୱାର ମତ ରଖିବାର ଦିନକ ପରେ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି । ସେ କହିଛନ୍ତି, ଏହି ସର୍ବପୁରାତନ ଦଳକୁ ନେଇ ଏକ ମଜଭୁତ ବିକଳ୍ପ ଗଠନ କରାଯାଇପାରିବ । ଏ ସମ୍ପର୍କରେ ବିଏସପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିବାବେଳେ ଆଗାମୀ ନିର୍ବାଚନରେ ରାଜ୍ୟରେ ଏକାକି ଲଢିବ ବୋଲି କହିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories