www.samajalive.in
Saturday, December 13, 2025
27.1 C
Bhubaneswar

ଖୁବଶୀଘ୍ର ମିଳିପାରେ ବିଶ୍ୱର ସର୍ବବୃହତ ଗୁପ୍ତଧନ ଭଣ୍ଡାର

ହେଲସିଙ୍କି: ଫିନଲାଣ୍ଡର ରାଜଧାନୀ ହେଲସିଙ୍କି ଠାରୁ ୨୦ ମାଇଲ ଦୂରରେ ରହିଛି ସିବସବର୍ଜ ଗୁମ୍ଫା । ଉକ୍ତ ଗୁମ୍ଫାରେ ଥିଲା ଏକ ପ୍ରାଚୀନ ମନ୍ଦିର । ତାହା ପ୍ରାୟ ୧ହଜାର ବର୍ଷର ପୁରାତନ । କାଳକ୍ରମେ ମନ୍ଦିରଟି ମାଟିତଳେ ସମ୍ପୂର୍ଣ୍ଣ ଭାବରେ ପୋତି ହୋଇଯାଇଛି । ତେବେ ଉକ୍ତ ମନ୍ଦିରରେ ବିପୁଳ ପରିମାଣର ଧନ ରତ୍ନ, ହୀରା, ମଣି ମାଣିକ୍ୟ ରହିଥିବା କୁହାଯାଏ । ସେହି ଗୁପ୍ତ ଧନ ଖୋଜିବାକୁ ଅତୀତରେ ଅନେକ ବ୍ୟକ୍ତିବିଶେଷ ଉଦ୍ୟମ କରିଛନ୍ତି, କିନ୍ତୁ ସେଥିରେ ସଫଳ ହୋଇପାରିନାହାନ୍ତି । ତେବେ ୧୯୮୭ରେ ୧୨ଜଣିଆ ଏକ ଦଳ ସେହି ସ୍ଥାନରେ ଖୋଳିବା ଆରମ୍ଭ କରିଥିଲେ, ଯେଉଁ ଦଳକୁ ଟ୍ୱେଲଭ ଟେମ୍ପଲ ବୋଲି କୁହାଯାଉଛି । ଦୀର୍ଘ ୩୪ ବର୍ଷ ଧରି ଗୁମ୍ଫାର ଉକ୍ତ ସ୍ଥାନରେ ଖୋଳା ଚାଲିଛି । ଏହି ଦଳ ଦିନକୁ ୬ ଘଣ୍ଟା ଲେଖାଏଁ ସପ୍ତାହର ସାତଦିନ ସେଠାରେ ଖୋଳିବା ଜାରି ରଖିଛନ୍ତି । ଏହି ଦଳ ପକ୍ଷରୁ କୁହାଯାଇଛି ଯେ ଦୀର୍ଘ ୩୪ ବର୍ଷ ପ୍ରତୀକ୍ଷାର ଖୁବଶୀଘ୍ର ପରିସମାପ୍ତି ଘଟିବାକୁ ଯାଉଛି । ସେମାନେ ଗୁପ୍ତଧନର ନିକଟବର୍ତ୍ତୀ ହୋଇସାରିଛନ୍ତି । ସେମାନଙ୍କୁ ଯଦି ଉକ୍ତ ଗୁପ୍ତଧନ ମିଳିଯାଏ ତେବେ ବିଶ୍ୱରେ ଉଦ୍ଧାର କରାଯାଇଥିବା ଗୁପ୍ତଧନ ମଧ୍ୟରେ ସବୁଠାରୁ ମୂଲ୍ୟବାନ ବିବେଚିତ ହେବ । ଏହାର ମୂଲ୍ୟ ପ୍ରାୟ ୧୫ ବିଲିଅନ ପାଉଣ୍ଡ ବୋଲି କୁହାଯାଉଛି । ଐତିହାସିକ ଓ ଗବେଷକଙ୍କ କହିବା ଅନୁଯାୟୀ ଉକ୍ତ ଗୁପ୍ତଧନ ମଧ୍ୟରେ ୫୦ହଜାର ହୀରା, ନୀଳା, ପ୍ରାଚୀନ ମୂର୍ତ୍ତି ଓ କଳାକୃତ, ମଣି ମାଣିକ୍ୟ ଆଦି ରହିଛି ।
୧୨ ଜଣିଆ ଦଳ ସେଠାରେ ଗୁପ୍ତଧନ ୧୯୮୭ରେ ଖୋଜିବା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ୧୯୮୪ରେ ଇଅର ବକ୍‍ ନାମକ ଜଣେ ଜମି ମାଲିକ ଦାବି କରିଥିଲେ ଯେ ତାଙ୍କ ପରିବାର ହେଉଛନ୍ତି ଉକ୍ତ ଗୁପ୍ତଧନର ପ୍ରକୃତ ଉତ୍ତରାଧିକାରୀ । କାରର ଫିନଲାଣ୍ଡର ପୌରାଣିକ କଥାବସ୍ତୁରେ ତାଙ୍କ ପୂର୍ବପୁରୁଷଙ୍କ କଥା ମଧ୍ୟ ଉଲ୍ଲେଖ ରହିଛି । ତାଙ୍କ କହିବା ଅନୁଯାୟୀ ଏହି ବିପୁଳ ପରିମାଣର ଧନ ରତ୍ନକୁ ସୁରକ୍ଷିତ ରଖିବାକୁ ସେଗୁଡିକୁ ମାଟିତଳେ ରଖାଯାଇ ତାହା ଉପରେ ପଥର ଖଣ୍ଡମାନ ରଖିଦିଆଯାଇଥିଲା । ତାହାର ତିନିବର୍ଷ ପରେ ବକ୍‍ ନିଜେ ୨୪ ଜଣ ଲୋକଙ୍କ ସହିତ ମିଶି ସେଠାରେ ଖନନ କରିଥିଲେ । କିନ୍ତୁ ସେମାନଙ୍କୁ କିଛି ମିଳିନଥିଲା । ଏବେ କିନ୍ତୁ ଏହି ୧୨ ଜଣିଆ ଦଳ ଉକ୍ତ ଗୁପ୍ତଧନର ନିକଟବର୍ତ୍ତୀ ହୋଇଥିବା ଦାବି କରିଛନ୍ତି ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories