ନଦୀଗର୍ଭକୁ ଟ୍ରକ ଖସି ୩୧ ମୃତ

0

ଅହମଦାବାଦ : ଗୁଜରାଟର ଭାବନଗର ଜିଲା ଅନ୍ତର୍ଗତ ରନେ୍ଧାରା ଗ୍ରାମ ନିକଟରେ ମଙ୍ଗଳବାର ଗୋଟିଏ ଟ୍ରକ ରଂଘୋନା ନଦୀ ଗର୍ଭକୁ ଖସିପଡିବା ଫଳରେ ୩୧ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ୫ ଜଣ ଶିଶୁ ରହିଥିବା ପ୍ରକାଶ। ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆନିଦା ଗ୍ରାମର ୬୦ ଜଣ ଲୋକ ଏହି ଟ୍ରକରେ ବୋତାଡ୍‌ ଜିଲାକୁ ଯାଉଥିଲେ। ତେବେ ରନେ୍ଧାରା ଗ୍ରାମ ନିକଟସ୍ଥ ଏକ ପୋଲ ଉପରେ ଅନ୍ୟ ଏକ ଗାଡିକୁ ଅତିକ୍ରମ କରିବାକୁ ଉଦ୍ୟମ କରୁଥିବାବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଟ୍ରକଟି ପୋଲ ତଳକୁ ଖସିପଡିଥିଲା। ଭାବନଗର ଜିଲାପାଳ ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁୁପାଣି ଏହି ଘଟଣାରେ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିବାବେଳେ ଆହତଙ୍କ ଚିକିତ୍ସା କାର୍ଯ୍ୟ ତଦାରଖ କରିବାକୁ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଆହତଙ୍କୁ ଭାବନଗର ହାସପାତାଳରେ ଭର୍ତ୍ତି କରାଯାଇଛି।

Leave A Reply