ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡ଼ିଶା ଆସିବେ ବିଜେପି ସଭାପତି ଜେ.ପି ନଡ୍ଡା ..ସୂଚନା ଦେଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ
କୁଆଖାଇ ନଦୀରେ ବୁଡ଼ି ୨ ଯୁବକ ନିଖୋଜ .. ପ୍ରତାପନଗରୀ କୁଆଖାଇ ପୋଲ ତଳେ ଗାଧୋଉଥିବା ବେଳେ ଅଘଟଣ
ଓଁ ଗଂ ଗଣପତୟେ ନମଃ ଉଚାରଣରେ କମ୍ପୁଛି ଧରା… ସବୁଠି ଚାଲିଛି ଗଜାନନଙ୍କ ଆରାଧନା… ବିଦ୍ୟାଳୟରେ ବିଦ୍ୟାଦାତାଙ୍କୁ ପୂଜା କରୁଛନ୍ତି ଛାତ୍ରଛାତ୍ରୀ…. ସହରଠୁ ଗାଁ ସବୁଠି ଶ୍ରୀ ଗଣେଶଙ୍କ ପାଇଁ ଉତ୍ସବମୁଖର… ସେପଟେ କଟକରେ ସୁନ୍ଦର ତୋରଣ ସାଙ୍ଗକୁ ଭକ୍ତଙ୍କ ମନ ଜିଣୁଛନ୍ତି ସୁନ୍ଦରସୁନ୍ଦର ଗଣେଶ ମୂର୍ତ୍ତି…
ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ଓଡ଼ିଶାରେ ନିବେଶ ନେଇ ବିଦେଶ ନିବେଶକଙ୍କ ସହ କରିବେ ଆଲୋଚନା… କାର୍ଯ୍ୟକ୍ରମରେ ଯୋଗଦେବେ ଶିଳ୍ପମନ୍ତ୍ରୀ ଓ ମୁଖ୍ୟ ଶାସନସଚିବ…
ଭୁବନେଶ୍ୱର ରୁପାଲି ଛକରେ ବୀଭତ୍ସ ହତ୍ୟା… ବିଳମ୍ବିତ ରାତିରେ ସାଙ୍ଗକୁ ହାଣିଲେ ୨ ସାଙ୍ଗ… ନିଶା ଖାଇବା ପରେ ସାମାନ୍ୟ ବଚସାରୁ ଜୀବନରୁ ମାରିଦେଲା ବନ୍ଧୁ… ଅଭିଯୁକ୍ତ ୨ ସାଙ୍ଗଙ୍କୁ ଗିରଫ କରିଛି ପୁଲିସ… ହତ୍ୟାକାଣ୍ଡକୁ ନେଇ କରୁଛି ପଚରାଉଚରା…
ରାସ୍ତା ପାଲଟିଛି ମରଣଜନ୍ତା… ବିପଦ ସାଜିଛି ଅଧାଗଢ଼ା ସେତୁ… ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ୍ ତାର… ମୁକୁଳା ପଡିଛି ଲୁହା ରଡ୍… ବିପଦ ସଙ୍କୁଳନ ଅବସ୍ଥାର ଯାତାୟାତ କରୁଛନ୍ତି ଗୌଡ଼ମାଲ ପଞ୍ଚାୟତ ଲୋକେ… ପେଟପାଟଣା ପାଇଁ ପ୍ରତିଦିନ ଜୀବନ ସହ କରୁଛନ୍ତି ସଂଘର୍ଷ…
ଭଦ୍ରକ ଜିଲ୍ଲା ଧାମନଗରରେ ଗୋଷ୍ଠୀ ସଂଘର୍ଷ…ଗଣେଶ ପୂଜା ମଣ୍ଡପ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି… ଗଣ୍ଡଗୋଳ ଯୋଗୁ କିଛି ଯୁବକ ଆହତ ହୋଇଥିବା ସୂଚନା… ଘଟଣାରେ ତହସିଲଦାରଙ୍କ ହସ୍ତକ୍ଷେପ ପରେ ବି ଶୁଣିଲେନି ଲୋକେ… ପ୍ରଶାସନ ଜାରି କଲା ୧୪୪ ଧାରା…



