www.samajalive.in
Saturday, December 6, 2025
15.1 C
Bhubaneswar

ଆଇଏସ୍‌ର ଦାବି; ଗୁଳିବିନିମୟ ବେଳେ ୩ ଆତଙ୍କବାଦୀ ବିସ୍ଫୋରଣରେ ନିଜକୁ ଉଡ଼ାଇଛନ୍ତି

କଲୋମ୍ବୋ: ଶ୍ରୀଲଙ୍କାର ପୂର୍ବରେ ଅବସ୍ଥିତ କାଲମୁନାଇ ସହରରେ ଲୁଚିଥିବା କେତେଜଣ ଆଇଏସ ଆତଙ୍କୀଙ୍କୁ ସୁରକ୍ଷାକର୍ମୀ ଗୁଳିକରି ହତ୍ୟା କରିଥିଲେ। ଏହାର ଦିନକ ପରେ ରବିବାର ଆତଙ୍କବାଦୀ ସଂଗଠନ ଆଇଏସ ଏ ନେଇ ସ୍ପଷ୍ଯ କରିଛି। ସଂଗଠନ ଦାବି କରିଛି ଯେ, ଗୁଳିବିନିମୟ ବେଳେ ଏହାର ୩ ଜଣ ଆତ୍ମଘାତୀ ନିଜକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଏଥିରେ ମୋଟ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଚର୍ଚ୍ଚ ଏବଂ ହୋଟେଲରେ ହୋଇଥିବା ବିସ୍ଫୋରଣରେ ସମ୍ପୃକ୍ତ ନ୍ୟାଶନାଲ ତୋହୀଦ ଜମାତ(ଏନଟିଜେ)ର କେତେଜଣ ଆତଙ୍କବାଦୀ କାଲମୁନାଇ ସହରର ଏକ ଘରେ ଲୁଚିଥିବା ଖବର ମିଳିବା ପରେ ଗତ ଶୁକ୍ରବାର ରାତିରେ ସୁରକ୍ଷା କର୍ମୀମାନେ ସେଠାରେ ଚଢ଼ାଉ କରିଥିଲେ। ଗୁଳିବିନିମୟ ବେଳେ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେଥିରେ ୬ଜଣ ଶିଶୁ, ୩ ମହିଳା ରହିଥିଲେ। ରବିବାର ଆଇଏସ ଏକ ବିବୃତି ଜାରି କରି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛି।

- Advertisement -

ଅନ୍ୟପଟେ ସୁରକ୍ଷା କର୍ମୀମାନେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ଡିଟୋନେଟର, ଆତ୍ମଘାତୀ ବିସ୍ଫୋରଣ କିଟ୍‌, ଯବାନଙ୍କ ପୋଷାକ ଏବଂ ଆଇଏସ ପତାକା ଜବତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories