www.samajalive.in
Tuesday, December 9, 2025
16.1 C
Bhubaneswar

ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ କରୋନାର ସ୍ଥିତି ଅନୁଧ୍ୟାନ ପାଇଁ ଗଠନ ହେଲା ରାପିଡ୍ ରେସପନ୍ସ ଟିମ୍

ସମାଜ ପୋର୍ଟାଲ ଡେସ୍କ : ରାଜ୍ୟରେ ଖୋର୍ଦ୍ଧା ଜିଲା ପରେ ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସବୁଜିଲାରେ ସ୍ଥିତି ବିଗୁଡୁଥିବା ଦେଖି ରାଜ୍ୟ ସରକାର ରାପିଡ୍ ରେସପନ୍ସ ଟିମ୍  ଗଠନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ୩ ଟି ରାପିଡ୍ ରେସପନ୍ସ ଟିମ୍  ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲାକୁ ଗସ୍ତ କରି ସେଠାରେ କରୋନାର ସ୍ଥିତିକୁ ଅନୁଧ୍ୟାନ କରିବେ ।


କଟକର ଏସସିବି ମେଡିକାଲର ଟେକନିକାଲ୍ ଟିମ୍ ଯାଜପୁର ଜିଲ୍ଲା, ଫକୀର ମୋହନ ମେଡିକାଲ କଲେଜର ଟିମ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବୈଷୟିକ ସହାୟତା ଦେବେ ବୋଲି ଜଣାଯାଇଛି। ଏହାଛଡ଼ା ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ବାଲେଶ୍ବର, ଜନସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ଭଦ୍ରକ ଏବଂ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଯାଜପୁର ଗସ୍ତ କରି କାର୍ୟ୍ୟର ତଦାରଖ କରିବେ।

- Advertisement -


ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ମେଡିକାଲ କଲେଜ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ରାଜ୍ୟସ୍ତରୀୟ ରାପିଡ୍ ରେସପନ୍ସ ଟିମର ବିଶେଷଜ୍ଞମାନଙ୍କୁ ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର କଣ୍ଟେନମେଣ୍ଟକୁ ନେଇ ନିଆଯାଇଥିବା ପଦକ୍ଷେପର ତଦାରଖ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories