ସମାଜ ଡିଜିଟାଲ ଡେସ୍କ: ବଜ୍ରାଘାତରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ। କେନାଲ କାମ ଚାଲିଥିବା ସମୟରେ ବଜ୍ରାଘାତ ହେବାରୁ ୩ ଶ୍ରମିକ ପ୍ରାଣ ହରାଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୀଳଗିରି ଅଞ୍ଚଳର ଛତ୍ରପୁର ନିକଟରେ ଶନିବାର ଏହି ଅଘଟଣ ଘଟିଛି।
କେନାଲ କାମରେ ଶ୍ରମିକମାନେ ନିୟୋଜିତ ଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ୫ ଜଣ ଶ୍ରମିକ ଟଳିପଡ଼ିଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ମୃତକମାନଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି।



