www.samajalive.in
Friday, December 12, 2025
15.1 C
Bhubaneswar

ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼, ପଠାଇଲା ୧୦ ବୋମାବର୍ଷୀ ଯୁଦ୍ଧବିମାନ

ସମାଜ ଡିଜିଟାଲ ଡେସ୍କ: ୟୁକ୍ରେନ ଉପରେ ଶନିବାର ରୁଷ ବଡ଼ ଧରଣର ଆକ୍ରମଣ କରିଛି। ପ୍ରାୟ ୭୦୦ ଡ୍ରୋନ ଜରିଆରେ ରୁଷ ୟୁକ୍ରେନର ପଶ୍ଚିମାଞ୍ଚଳରେ ଥିବା ବିଭିନ୍ନ ସହର ଉପରେ ଆକ୍ରମଣ କରିଛି। ୧୫ରୁ ଅଧିକ କ୍ରୁଜ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହା ସହିତ ୧୦ଟି ବୋମା ବର୍ଷଣକାରୀ ଯୁଦ୍ଧ ବିମାନ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ପଠାଇଛି ରୁଷ ସେନା।

ୟୁକ୍ରେନ ପକ୍ଷରୁ ଆମେରିକା ଅସ୍ତ୍ରଶସ୍ତ୍ର ଦ୍ଵାରା ରୁଷ ଉପରେ ଆକ୍ରମଣ କରାଯାଉଛି। ତେଣୁ ଆମେରିକା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଧ୍ବଂସ କରିବାକୁ ରୁଷ ଏଭଳି ରଣନୀତି ଆପଣାଇଥିବା କହିଛି। ରୁଷ ତାତ୍ସଲ୍ୟ କରି କହିଛି ଯେ, ଆମେରିକାର ଚକାଚକ୍‌ ଖେଳଣାଗୁଡ଼ିକୁ ନଷ୍ଟ କରିଦିଆଯିବ। ରୁଷର ଏହି ଆକ୍ରମଣ ଯୁଦ୍ଧ ପରଠାରୁ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି।

- Advertisement -

ମୁଖ୍ୟତଃ ଲୁତ୍‌ସ୍କ, ଲିଭ, ଚେର୍ନିବତ୍ସି ଆଦି ଅଞ୍ଚଳରେ ଆକ୍ରମଣ କରାଯାଇଛି। ଏସବୁ ଅଞ୍ଚଳ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ଯୋଗୁ ସାରା ବିଶ୍ଵରେ ଚିନ୍ତା ପ୍ରକାଶ ପାଇଛି। ଅନେକ ଦେଶ ୟୁକ୍ରେନକୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ରୁଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories