www.samajalive.in
Friday, December 5, 2025
26.1 C
Bhubaneswar

ଗଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସୈନ୍ୟ ହାତାହାତି; ୩ ଭାରତୀୟ ଯବାନ ଶହୀଦ

ନୂଆଦିଲ୍ଲୀ: ଚୀନ ସୀମାରେ ଭାରତ ଏବଂ ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଗଲୱାଲ ଭ୍ୟାଲିରେ ଚୀନ ସୈନ୍ୟଙ୍କ ଆକ୍ରମଣରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ୨ ଯବାନ ଶହୀଦ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ସୈନ୍ୟ ଅଧିକାରୀ ସ୍ତରୀୟ ଆଲୋଚନା ଜାରି ରହିଥିବାବେଳେ ଏହି ଘଟଣା ଘଟିଛି। ଫଳରେ ଗଲୱାନ ସୀମାରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

ଭାରତ ଏବଂ ଚୀନ ମଧ୍ୟରେ ଗତ କିଛି ଦିନ ଧରି ଲଦାଖରେ ଜାରି ରହିଥିବା ବିବାଦ ସୋମବାର ରାତିରେ ତୀବ୍ର ରୂପ ନେଇଥିଲା। ସୋମବାର ରାତିରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଗଣ୍ଡଗୋଳରେ ଗୁଳିମାଡ଼ ହୋଇ ନ ଥିବାବେଳେ ଭାରତୀୟ ସେନାର ୩ ଯବାନ ଏବଂ ଚୀନର କିଛି ଯବାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଦୁଇ ଦେଶର ସୈନ୍ୟ ପରସ୍ପରଙ୍କୁ ପଥରମାଡ଼ କରିଥିବା କୁହାଯାଉଛି।

- Advertisement -

ଭାରତୀୟ ସେନା ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ଗଲୱାନ ଘାଟିରେ ସୋମବାର ରାତିରେ ଡି-ଏସକାଲେଶନ ପ୍ରକ୍ରିୟା ଜାରି ରହିଥିବାବେଳେ ହିଂସାତ୍ମକ ଗଣ୍ଡଗୋଳ ଘଟିଥିଲା। ଏହି ସମୟରେ ଭାରତୀ ସେନାର ଜଣେ ଅଧିକାରୀ ଏବଂ ୨ ଯବାନ ଶହୀଦ ହୋଇଥିଲେ। ମାମଲାକୁ ଶାନ୍ତ କରିବା ଲାଗି ଦୁଇ ଦେଶର ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ବୈଠକ ଜାରି ରହିଛି।

ସୂଚନାଯୋଗ୍ୟ, ମେ ମାସ ପ୍ରାରମ୍ଭରେ ଲଦାଖର ଏଲଏସିରେ ପେନ୍‌ଗୋଙ୍ଗ ହ୍ରଦ, ଗଲୱାନ ଘାଟି ନିକଟରେ ଭାରତ ଏବଂ ଚୀନ ସେନା ମୁହାଁମୁହିଁ ହୋଇଥିଲେ। ଚୀନ ସେନା ଏଲଏସୀ ପାର୍‌ କରି ଭାରତୀୟ କ୍ଷେତ୍ରକୁ ପ୍ରବେଶ କରିବା ପ​‌ରେ ଭାରତୀୟ ସେନା ବିରୋଧ କରିଥିଲା, ଯାହାକୁ ନେଇ ଉତ୍ତେଜନା ଜାରି ରହିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories