www.samajalive.in
Friday, December 12, 2025
27.1 C
Bhubaneswar

‘ମୋ’ ସରକାର’ ସେବା – ୩ ଜିଲ୍ଲା ଗସ୍ତରେ ୩ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଏବଂ ତ୍ୱରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରିଥିବା ମୋ’ ସରକାର ଯୋଜନା ଅଧୀନରେ ବୁଧବାର ୩ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ଗସ୍ତ କରୁଛନ୍ତି। ଏଥିରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମିନା, ୫-ଟିର ପ୍ରମୁଖ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍‍ ଏବଂ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରହିଛନ୍ତି। ପ୍ରଥମେ ଆଜି ସକାଳେ ସେମାନେ ମାଲକାନଗିରି ଗସ୍ତ କରି ସଦର ମହକୁମା ଚିକିତ୍ସାଳୟ ପରିଦର୍ଶନ କରିଥିଲେ।

ସେମାନେ ୱାର୍ଡକୁ ଯାଇ ରୋଗୀଙ୍କ ସହ ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ବିତରଣ ଏବଂ ଡାକ୍ତର ଓ କର୍ମଚାରୀଙ୍କ ରୋଗୀଙ୍କ ପ୍ରତି ବ୍ୟବହାର ସଂପର୍କରେ ପଚାରି ବୁଝିଥିଲେ। ଜିଲ୍ଲାରେ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ ସହ ପ୍ରତି ମାସରେ ଦୁଇଜଣ ଅଭିଜ୍ଞ ଡାକ୍ତରଙ୍କୁ ମାଲକାନଗିରି ଅଣାଯାଇ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସେମାନେ କହିଥିଲେ। ଅନ୍ୟପକ୍ଷରେ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍‍ ଜୟପୁର ବିମାନ ବନ୍ଦର, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କେତେକ ବିଭାଗର କାର୍ଯ୍ୟକାରିତା ସମୀକ୍ଷା  କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories