www.samajalive.in
Tuesday, December 9, 2025
15.1 C
Bhubaneswar

ମାର୍ଚ୍ଚ ପହିଲାରୁ ଅନ୍‌ଲାଇନ୍‌ରେ ପଢିବେ +୩ ପ୍ରଥମ ବର୍ଷ ବିଦ୍ୟାର୍ଥୀ

ଭୁବନେଶ୍ବର:ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ଆସନ୍ତା ମାର୍ଚ୍ଚ ପହିଲାରୁ ସ୍ନାତକ(ୟୁଜି) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହେବ। ତେବେ ପାଠପଢା ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। କରୋନା ସ୍ଥିତି ଯୋଗୁଁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଅବଗତ କରାଯାଇଛି। ଏନେଇ ଉଚ୍ଚଶିକ୍ଷା ସଚିବ ବୁଧବାର ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯେ, ଜାନୁୟାରୀ ୧୧ରୁ ୟୁଜି ଓ ସ୍ନାତକୋତ୍ତର(ପିଜି) ଶେଷବର୍ଷ ,ଚଳିତ ମାସ ୧୦ରୁ ପିଜି ପ୍ରଥମ ଓ ୟୁଜି ଦ୍ବିତୀୟ ବର୍ଷ ବିଦ୍ୟାର୍ଥୀଙ୍କର ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଛି। ତେବେ ଏପର୍ୟ୍ୟନ୍ତ କରୋନା ସ୍ଥିତି ରାଜ୍ୟରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି। ସେଥିଯୋଗୁଁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହ ପାଠପଢା ଏବେକାର ପରିସ୍ଥିତିରେ ଆରମ୍ଭ କରିବା ସମ୍ଭବ ନୁହେଁ। ତେବେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ପାଠପଢା ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେଥିଯୋଗୁଁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କର ଅନ୍‌ଲାଇନ୍‌ ମୋଡରେ ପାଠପଢା ଆସନ୍ତା ମାର୍ଚ୍ଚ ପହିଲାରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାଠ୍ୟଖସଡ଼ା ମୁତାବକ ପାଠପଢା ପାଇଁ ପ୍ରସ୍ତୁତ କରିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ବିଭାଗର ପୂର୍ବ ନିର୍ଦେଶ ମୁତାବକ ପାଠ୍ୟକ୍ରମର ୨୫ %(ସବୁ ୟୁନିଟ୍‌ର ୨୫%) ସେଲ୍ଫ ଷ୍ଟଡି କରିବାକୁ ଚିଠିରେ ଉଲ୍ଲେଖ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories