ଦୁଇ ସ୍କୁଟି ମୁହାଁମୁହିଁ ଧକ୍କା, ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ମୟୂରଭଞ୍ଜ ଜିଲା କରଞ୍ଜିଆ-ସିଙ୍ଗଡ଼ା ରାସ୍ତାର ମହାଦେବଶାଳ ନିକଟରେ ରବିବାର ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା। ଦୁଇଟି ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ ଅନ୍ୟ ଜଣେ ଆହତଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ପୁଲିସ ମୃତଦେହଗୁଡ଼ିକ ସମେତ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

Comments are closed.