www.samajalive.in
Friday, December 5, 2025
17.1 C
Bhubaneswar

ପିକ୍‌ଅପ ଭ୍ୟାନ ଓଲଟି ୩ ମୃତ, ୮ ଆହତ

ଛତ୍ରପୁର/ବ୍ରହ୍ମପୁର: ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ପିକ୍‌ଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ରମ୍ଭା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରିଛି।

- Advertisement -

ମୃତକମାନେ ହେଲେ ଗଞ୍ଜାମ ବ୍ଲକ ଡିଆଁଡି ଗ୍ରାମର ସୁପର ନାହାକ, ଶରତଚନ୍ଦ୍ର  ନାହାକ ଓ  ବିଟି ନୂଆଗାଁର କବିରାଜ ନାହାକ ବୋଲି ଜଣାପଡ଼ିଛି । ସମସ୍ତେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡ଼ିଛି। ପିକଅପ୍‌ ଭ୍ୟାନରେ ମୋଟ ୧୨ ଜଣ ବ୍ରହ୍ମପୁର ନିକଟ ଭାବନ୍ଧସ୍ଥିତ ଏକ କ୍ରସରକୁ କାମ କରିବାକୁ ଯାଉଥିଲେ। ସୋମବାର ଭୋର ସମୟରେ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ପୁଲିସ ମୃତଦେହଗୁଡ଼ିକୁ ଜବତ କରି ଛତ୍ରପୁର ମେଡିକାଲକୁ ବେବଚ୍ଛେଦ ପାଇଁ ପଠାଇଛି। ଡ୍ରାଇଭର ଫେରାର ହୋଇଯାଇଛି। ଗଞ୍ଜାମ ଜିଲାରେ ଆଜିଠୁ ଲକଡାଉନ କୋହଳ ହୋଇଥିବାରୁ ଶ୍ରମିକମାନେ ଗାଡ଼ିରେ କାମ କରିବାକୁ ଯାଉଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories