www.samajalive.in
Sunday, December 7, 2025
16.1 C
Bhubaneswar

ଭାରତରେ ୧୭ ହଜାର ୨୬୫ କରୋନା ଆକ୍ରାନ୍ତ, ୫୪୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭ ହଜାର ୨୬୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୪ ହଜାର ୧୭୫ ଜଣ ଏବେ ଚିକିତ୍ସାଧୀନ ଥିବାବେଳେ ୨୫୪୬ ଜଣ  ସୁସ୍ଥ ହୋଇଛନ୍ତି। ମୋଟ ୫୪୩ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍‌ରେ ଏହି ତଥ୍ୟ ଦର୍ଶାଯାଇଛି।

କୋଭିଡ-୧୯ଇଣ୍ଡିଆ ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ର ଦେଶର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ପାଲଟିଛି। ଏଠାରେ ମୋଟ ୪୨୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ୨୨୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି  ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୨୦୦୩ ରହିଥିବାବେଳେ ୪୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାପଛକୁ ଗୁଜରାଟରେ ୧୭୪୩, ରାଜସ୍ଥାନରେ ୧୪୯୫, ତାମିଲନାଡୁରେ ୧୪୭୭, ମଧ୍ୟପ୍ରଦେଶରେ ୧୪୦୭ ଏବଂ ଉତ୍ତରପ୍ରଦେଶରେ ୧୧୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ପଛକୁ ମଧ୍ୟପ୍ରଦେଶରେ ଦ୍ବିତୀୟ ସର୍ବାଧିକ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୭୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ତେଲେଙ୍ଗାନାରେ ୮୫୮, ଆନ୍ଧ୍ରପ୍ରଦେଶରେ ୬୪୭, କେରଳରେ ୪୦୧, କର୍ଣ୍ଣାଟକରେ ୩୯୦, ଜାମ୍ମୁ-କାଶ୍ମୀରରେ ୩୫୪, ପଶ୍ଚିମବଙ୍ଗରେ ୩୩୯, ହରିୟାଣାରେ ୨୫୦, ପଞ୍ଜାବରେ ୨୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories