www.samajalive.in
Saturday, December 6, 2025
14.1 C
Bhubaneswar

ଆମେରିକାରେ ୪୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୭ଲକ୍ଷ ୫୯ ହଜାର ଆକ୍ରାନ୍ତ

ୱାଶିଂଟନ: ଆମେରିକାରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦେଶରେ କରୋନା ଭୂତାଣୁ ଯୋଗୁ ମୃତ୍ୟୁ ସଂଖ୍ୟା ୪୦ ହଜାର ଅତିକ୍ରମ କରିଛି। ଜନ୍ସ ହପକିନ୍‌ସ ବିଶ୍ଵବିଦ୍ୟାଳୟ ତଥ୍ୟ ଅନୁସାରେ ସୋମବାର ସୁଦ୍ଧା ଆମେରିକାରେ ୪୦ ହଜାର ୬୮୨ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ୭ଲକ୍ଷ ୫୯ ହଜାର ୬୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶର ନ୍ୟୁୟର୍କ ସହର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। କେବଳ ଏଠାରେ ୧୮ ହଜାର ୨୯୮ ଜଣ ପ୍ରାଣ ହରାଇଥିବାବେଳେ ୨ ଲକ୍ଷ ୪୮ ହଜାର ୪୧୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ନ୍ୟୁଜର୍ସୀ ସହରରେ ୮୫ ହଜାର ୩୦୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୩୬୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ମାସାଚୁସେଟ୍‌ସରେ ୩୮ ହଜାର ୭୭, ପେନସିଲଭାନିଆରେ ୩୨ ହଜାର ୯୦୨, କାଲିଫର୍ନିଆରେ ୩୧ ହଜାର ୫୨୮, ମିଚିଗାନରେ ୩୧ ହଜାର ୪୨୪, ଇଲିନଏସରେ ୩୦ ହଜର ୩୫୭ ଆକ୍ରାନ୍ତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories