www.samajalive.in
Monday, December 15, 2025
26.1 C
Bhubaneswar

୩ ଅସହାୟ ଶିଶୁଙ୍କୁ ଥଇଥାନ କଲା ଆଇନସେବା ପ୍ରାଧିକରଣ

କେନ୍ଦୁଝରଗଡ଼ :  କେନ୍ଦୁଝର ଜିଲା ଆଇନସେବା ପ୍ରାଧିକରଣର ପାରାଆଇନ ସ୍ୱେଛାସେବୀ ବନଲତା ଜେନା ଓ ରିଟେନର ତଥା ସରକାରୀ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ୩ ଅସହାୟ ଶିଶୁଙ୍କୁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଉଦ୍ଧାର କରି ଉପଯୁକ୍ତ ଥଇଥାନ କରିଛନ୍ତି । ମୀନା ମୁଣ୍ଡା(୭), ଭୀମ ମୁଣ୍ଡା(୫) ଓ ରୁପା ମୁଣ୍ଡା (୩) ଏହି ୩ ଅସହାୟ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ଉପଯୁକ୍ତ ଯତ୍ନ ଓ ଶିକ୍ଷା ବ୍ୟବସ୍ଥା ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି। ସଦର ଥାନା ଠାକୁରଡିହି ଗ୍ରାମର ମିଥୁନ ମୁଣ୍ଡାଙ୍କ ସ୍ତ୍ରୀ ଗହମୀ ମୁଣ୍ଡା ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବାରୁ ତାଙ୍କର ଏହି ୩ ଶିଶୁ ମା’ଛେଉଣ୍ଡ ହୋଇ ଅସହାୟ ଅବସ୍ଥାରେ ଥିଲେ। ବାପା ମିଥୁନ ଜଣେ ନିଶାସକ୍ତ ବ୍ୟକ୍ତି ହୋଇଥିବାରୁ ଶିଶୁ ମାନଙ୍କର ଭରଣପୋଷଣ କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ ଥିଲେ। ତେଣୁ ଏହି ୩ ଶିଶୁ ଅସହାୟ ଅବସ୍ଥାରେ ଘର ଘର ବୁଲି ଦିନ କାଟୁଥିଲେ। ଜିଲା ଆଇନ ସେବା ପ୍ରାଧିକରଣର ରିଟେନର ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ଏକ ଦରଖାସ୍ତ ମାଧ୍ୟମରେ ଏହି ୩ ଅସହାୟ ଶିଶୁଙ୍କୁ କିଭଳି ଉପଯୁକ୍ତ ଥଇଥାନ କରାଯାଇ ପାରିବ ସେ ନେଇ ଜିଲା ଆଇନ ସେବା ପ୍ରାଧିକରଣକୁ ନିବେଦନ କରିଥିଲେ । ଜିଲା ଆଇନ ସେବା ପ୍ରାଧିକରଣ ସଚିବ ମାମୀ ବେହେରା ଏହି ୩ ଅସହାୟ ଶିଶୁଙ୍କ ବିଷୟରେ ଅବଗତ ହେବାପରେ ତୁରନ୍ତ ଶିଶୁ ସୁରକ୍ଷା ସମିତି ସହ ଯୋଗାଯୋଗ କରିଥିଲେ। ସଚିବଙ୍କ ଏହି ଉଦ୍ୟମ ଫଳରେ ୩ ଅସହାୟ ଶିଶୁଙ୍କୁ ଉଦ୍ଧାର କରି କେନ୍ଦୁଝର ସହରର ବଣିଆପାଟସ୍ଥିତ ଓପନ ସେଣ୍ଟରରେ ଥଇଥାନ କରାଯାଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories