www.samajalive.in
Saturday, December 6, 2025
16.1 C
Bhubaneswar

ରେଳ ସାମଗ୍ରୀ ଚୋରି, ୩ ଗିରଫ

ସଇଁନ୍ତଲା/ବଡ଼ମାଳ : ସଇଁନ୍ତଲା ଥାନା ବଡ଼ମାଳ ରେଳ ଷ୍ଟେସନ ନିକଟରେ ମରାମତି କାମ କରିବାକୁ ଠିକା ନେଇଥିବା ସଂସ୍ଥା ପକ୍ଷରୁ ଛଡ଼, ଆଇରନ ଜାର୍କ, ଲୁହା ପାଇପ ଇତ୍ୟାଦି ରଖାଯାଇଥିଲା । ଗତ ଜାନୁୟାରୀ ୧୬ତାରିଖ ରାତିରେ ସେହି ସ୍ଥାନରୁ ୫ କ୍ୱିଣ୍ଟାଲ ଛଡ଼, ଆଇରନ ଜାର୍କ ଓ ଅନ୍ୟ କିଛି ଜିନିଷ ଚୋରି ହୋଇଥିବା ନେଇ ଠିକାଦାର ବୁଲବୁଲ ମେହେର ବଲାଙ୍ଗିର ଜିଆରପି ଥାନାରେ ଅଭିଯୋଗ କରିଥିଲେ। ଜିଆରପି ଦଫା ୩୭୯ରେ ମାମଲା ରୁଜୁ କରିଥିଲା। ତଦନ୍ତ ଦାୟିତ୍ୱ ଏଏସ୍ଆଇ ବିଶିକେସନ ସାହୁଙ୍କୁ ଦିଆଯାଇଥିଲା। ମଙ୍ଗଳବାର ସଇଁନ୍ତଲା ଥାନା ଅନ୍ତର୍ଗତ କରମତଲାରେ ଚୋରି ହୋଇଥିବା ସାମଗ୍ରୀ ପିକ୍ ଅପ୍ ସହ ପେଣ୍ଡରାମାଲ ଗ୍ରାମର ଚୈତନ୍ୟ ସ୍ୱାଇଁ (୩୦), ଶଶୀ କୁମ୍ଭାର (୨୮) ଓ ଗୋଏଲଭାଡ଼ିର କିଶୋର ଠାକୁରଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରି ବଲାଙ୍ଗିର ଜିଆରପି ଅଧିକ ତଦନ୍ତ ଚଳାଇଥିବା ଏଏସ୍ଆଇ ଶ୍ରୀ ସାହୁ କହିଛନ୍ତି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories