www.samajalive.in
Tuesday, December 9, 2025
26.1 C
Bhubaneswar

୨ମୃତ ବାରହା ଜବତ; ଶିକାରୀ ଗିରଫ 

ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମ ନିକଟସ୍ଥ ଏକ ଧାନ ବିଲରୁ ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ ୨ଟି ମୃତ ବାରହା ଜବତ କରିବା ସହ ସଂପୃକ୍ତ ଶିକାରୀକୁ ଗିରଫ କରାଯାଇଛି ।ଗିରଫ ଶିକାରୀ ଜଣକ ବୁଗୁଡ଼ା ଥାନା ଅନ୍ତର୍ଗତ ଗୌଡିଆବୋରଦା ଗ୍ରାମର ଅରୁଣ ସ୍ବାଇଁ ବୋଲି ଜଣାପଡିଛି ।ବନ ବିଭାଗ ପକ୍ଷରୁ ଏନେଇ କେସ୍ ନଂ ୪୧୨/୨୦-୨୧ରେ ଏକ ମାମଲା ରୁଜୁ କରାଯାଇଛି ।
ପ୍ରକାଶ ଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଅରୁଣ ବିଦ୍ୟୁତ ତାର ବିଛାଇ ୨ଟି ବାରହା ଶିକାର କରିଥିଲା । କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ବୁଗୁଡ଼ା ବନପାଳ ଅଭିରାମ ଖିଲ ଓ ବାଲିପଦର ବନପାଳ ସୁନିତା ପାତ୍ର, ବନରକ୍ଷୀ କ୍ଷୀରୋଦ କୁମାର ଗୌଡ, ପ୍ରଶାନ୍ତ କୁମାର ପୋଲାଇ ଓ ରିଙ୍କୁ ସେଠୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ୨ଟି ମୃତ ବାରହା ଓ ୨କିଗ୍ରା ଜିଆଇ ତାର ଜବତ କରିବା ସହ ଅରୁଣକୁ କାବୁ କରି ଗିରଫ କରିଥିଲେ । ବୁଧବାର ଦିନ ଅଭିଯୁକ୍ତ ଶିକାରୀକୁ କୋର୍ଟ ଚାଲାଣ କରିଥିବା ସୂଚନା ମିିଳିଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories