www.samajalive.in
Monday, December 15, 2025
27.1 C
Bhubaneswar

ଆଜିଠାରୁ ୩ ତାରିଖ ଯାଏ +୨ ନାମଲେଖା

ଭୁବନେଶ୍ବର : ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକ‌ା ପ୍ରକାଶ ପାଇଛି । ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀ ସୋମବାରଠାରୁ ଆସନ୍ତା ୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ । ପ୍ରାୟ ୩୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୩୧ ହଜାର ୯୭୪ ବିଦ୍ୟାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି । କଳା ପାଠ୍ୟକ୍ରମରେ ସର୍ବାଧିକ ୧୩ ହଜାର ୪୧୦ ବିଦ୍ୟାର୍ଥୀ ମନୋନୀତ ହୋଇଥିବାବେଳେ ବିଜ୍ଞାନରେ ୧୦ ହଜାର ୫୭୯, ବାଣିଜ୍ୟରେ ୪ ହଜାର ୧୮୫, ସଂସ୍କୃତରେ ୨ହଜାର ୫୨୬ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୧ହଜାର ୨୭୪ ବିଦ୍ୟାର୍ଥୀ ମେଧା ତାଲିକାରେ ସ୍ଥାନ ପାଇଛନ୍ତି । ଆସନ୍ତା ୫ ତାରିଖରେ ନାମ‌ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଇ-ସ୍ପେସ୍‌ରେ ଦାଖଲ କରିବେ। ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ସିଟ୍‌ ପାଇଁ ସ୍ପଟ୍‌ ନାମଲେଖା କରାଯିବ । ୯ ଓ ୧୦ ତାରିଖରେ ଆଗ୍ରହୀ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ । ୧୧ରେ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା‌ ପ୍ରକାଶ ପାଇବ। ୧୧ ଓ ୧୨ ତାରିଖରେ ନାମଲେଖା ଅନୁଷ୍ଠିତ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୨୦୩୫ ଯୁକ୍ତ୨ କଲେଜର କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୧ ଲକ୍ଷ ୪୩ ହଜାର ଆସନ ଖାଲି ରହିଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories