www.samajalive.in
Saturday, December 13, 2025
23.1 C
Bhubaneswar

୨ୟ ଵିମଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆରମ୍ଭ

ସମାଜ ପୋର୍ଟାଲ ଡେସ୍କ: ଭୁବନେଶ୍ୱରରେ ଦ୍ୱିତୀୟ ଵିମଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ୨୦୨୦ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‍ଘାଟନ କରି କହିଛନ୍ତି, ୧୮୯୧ ମସିହାରୁ ଆଜି ପର୍ଯ୍ୟନ୍ତ ଓଡିଶା ୧୦୦ରୁ ଅଧିକ ବାତ୍ୟାର ମୁକାବିଲା କରିଛି। ବିଶେଷକରି ୧୯୯୯ ମହାବାତ୍ୟା ରାଜ୍ୟରେ ବେଶ୍‍ କ୍ଷୟକ୍ଷତି ଘଟାଇଥିଲା। ତେବେ ଏହା ପରେ ଓଡିଶା ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିଗରେ ଆଗୁଆ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହୋଇପାରିଛି। ଦେଶରେ ସର୍ବ ପ୍ରଥମେ ଓଡିଶା ବିପର୍ଯ୍ୟୟ ପ୍ରଶମନ ବାହିନୀ ଗଠନ କରିଥିଲା। ବିପର୍ଯ୍ୟୟ ସମୟରେ ‘ଜିରୋ କାଜୁଆଲିଟି’କୁ ଗୁରୁତ୍ୱ ଦେଇ ଓଡିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମିଳିତ ଜାତିସଂଘ ଓ ଅର୍ନ୍ତଜାତୀୟ ଗଣମାଧ୍ୟମ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବିପର୍ଯ୍ୟୟ ପ୍ରଶମନ ଦିଗରେ ସହାୟକ ହେବ। ଐତିହ୍ୟସ୍ଥଳୀଗୁଡିକୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଐତିହ୍ୟ ସ୍ଥଳ ଆମ ସଂସ୍କୃତିର ରକ୍ଷକ। ସେଥିପାଇଁ ଏଗୁଡିକର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଏନଡିଆରଏଫର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଡିଆରଏଫ ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ସମ୍ବଲପୁରର ବୁର୍ଲାଠାରେ ଏନ.ଡିଆରଏଫର ଟିଟିଏଲ ବା ଟେମ୍ପେରାରି ଟ୍ରାକ୍ଟିକ୍ରାଲ ଲୋକେସନ ପ୍ରତିଷ୍ଠା ହେବ ବୋଲି କହିଛନ୍ତି। ଏନେଇ ଏକ ଦଳ ଅନୁଧ୍ୟାନ କରିସାରିଛି ଏବଂ ସକାରାତ୍ମକ ରିପୋର୍ଟ ମିଳିଛି। ମାସେ ଦୁଇମାସ ଭିତରେ ଏହା କାର୍ଯ୍ୟକ୍ଷମ ହେଲେ ପଶ୍ଚିମ ଓଡିଶାରେ ଏନ୍‍ଡିଆରଏଫର ଶକ୍ତି ବୃଦ୍ଧି ପାଇବ।

- Advertisement -

ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅର୍ଥାତ୍‍ ଆସନ୍ତାକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗଦେଇ କ୍ଷେତ୍ରୀୟ ତାଲିମ ଅଭ୍ୟାସ ଶିବିରକୁ ଉଦ୍‍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଓଡିଶାରେ ଗତବର୍ଷ ପ୍ରାୟ ୧୨ଲକ୍ଷ ଥର ବଜ୍ରପାତ ହୋଇଛି। ବଜ୍ରପାତ ବିପତ୍ତି ବଢି ଚାଲିବା ସହ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ସେ କହିଥିଲେ ବାତ୍ୟା ନିରୋଧୀ କୋଠା ନିର୍ମାଣ କରାଗଲେ ଆଗାମୀ ଦିନରେ ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତି କମ୍‍ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଭାରତ, ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଓ ନେପାଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories