Patra electronics

ପ୍ୟାଣ୍ଟରେ ତିନୋଟି ଅଜଗର ସାପ ଚୋରା ଚାଲାଣ ବେଳେ ଧରାପଡିଲେ ବ୍ୟକ୍ତି

ନ୍ୟୁୟର୍କ – ଆମେରିକା ଏବଂ କାନାଡା ସୀମାରେ ପ୍ୟାଣ୍ଟ ଭିତରେ ତିନୋଟି ଅଜଗର ସାପ ଚୋରା ଚାଲାଣ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ବ୍ୟକ୍ତି ଜଣଙ୍କ ତିନୋଟି ବର୍ମିଜ୍‌ ପାଇଥନ୍‌ ବା ବର୍ମାରେ ଦେଖାଯାଉଥିବା ହଳଦିଆ ରଙ୍ଗର ଅଜଗର ସାପକୁ ଚୋରା ଚାଲାଣ କରୁଥିଲେ । ସାପ ଚୋରା ଚାଲାଣ କରୁଥିବା ବ୍ୟକ୍ତିଙ୍କର ନାମ କେଲଭିନ୍‌ ବୈତିସ୍ତା । ୨୦୧୮ ମସିହାରୁ ସେ ଏହି ତିନୋଟି ସାପକୁ ଉତ୍ତର ନ୍ୟୁୟର୍କରୁ ଆଣିଥିଲେ ।

ଆମେରିକାର ଏହି ସାପକୁ ପୋଷା ଜୀବ ରୂପେ ରଖିବା ନିଷେଧ କରାଯାଇଛି । ଲୋକଙ୍କ ପାଇଁ ଏହା ବିପଦଜନକ ହୋଇଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷତଃ ଛୋଟ ପିଲା ଏବଂ ଗୃହପାଳିତ ପଶୁ କୁକୁର ଏବଂ ବିଲେଇଙ୍କୁ ଏମାନେ ଖାଇ ଦେଉଥିବାରୁ ବର୍ମିଜ୍‌ ପାଇଥନ୍‌କୁ ଘରେ ରଖିବା ପାଇଁ ବାରଣ କରାଯାଇଛି ।

ତଥାପି କିଛି ଲୋକ ଏହି ସାପକୁ ଚୋରାରେ ନିଜ ଘରେ ରଖୁଛନ୍ତି ।

Comments are closed.