ମାଲକାନଗିରି : ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରୁ ଅର୍କେଲ ପୁଲିସ ମଙ୍ଗଳବାର ଏକ ଟିମ ସହିତ ଚଢ଼ାଉ କରି ୧୧୨୩କେଜି ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗଞ୍ଜେଇ ଚୋରାଚାଲାଣ ହେଉଥିବା ସୂଚନା ପାଇ ପୁଲିସ କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରେ ଏକ ଟିମ କରି ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଉଭୟଙ୍କ ଭିତରେ ଗୁଳି ବିନିମୟ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗୁଳି ବିନିମୟ ସମୟରେ ୬୦ ଜଣ ଗଞ୍ଜେଇ ଚୋରାଚାଲାଣ କାରି ଛତ୍ର ଭଙ୍ଗ ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨ ଜଣ ପୁଲିସ ହାତରେ ଧରାପଡ଼ିଥିଲେ । ୪୭ ଟା କାଉଡ଼ିରେ ୧୧୨୩ କେଜି ଗଞ୍ଜେଇ ସହ ୮ଏମଏମର ଦୁଇଟି ଗୁଳି, ୨୩ ଟି ହାଣ୍ଡି, ୩ଟି ଟାଙ୍ଗିଆ ସହ ୫ଟି ଲାଠି ପୁଲିସ ଜବତ କରିଛି ।
Popular Categories



