www.samajalive.in
Thursday, December 11, 2025
16.1 C
Bhubaneswar

ଆସାମର ଚୂଡ଼ାନ୍ତ ଏନଆରସି ତାଲିକା ପ୍ରକାଶ ତାରିଖ ଅଗଷ୍ଟ ୩୧କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଳୀ : ସୁପ୍ରିମକୋର୍ଟ ମଙ୍ଗଳବାର ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନଆରସି)ର ଚୂଡ଼ାନ୍ତ ତାଲିକା ପ୍ରକାଶ ତାରିଖ ଜୁଲାଇ ୩୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏହା ପୂର୍ବରୁ ସୁପ୍ରିମକୋର୍ଟ ଏନଆରସିର ଚୂଡ଼ାନ୍ତ ତାଲିକା ଜୁଲାଇ ୩୧ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ ମଙ୍ଗଳବାର ନିଜ ରାୟରେ ପରିବର୍ତ୍ତନ କରି ଚୂଡ଼ାନ୍ତ ଏନଆରସି ତାଲିକା ଅଗଷ୍ଟ ୩୧ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦେଶ ଦେଇଛନ୍ତି । ଏନଆରସିରେ ନାମ ହଟାଇବା ଓ ଅନ୍ତର୍ଭୁକ୍ତ କରିବାରେ ତ୍ରୁଟି ହୋଇଥିବାରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଁ ଆଉ କିଛି ସମୟ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ଏହି ଅନୁରୋଧ କ୍ରମେ ସୁପ୍ରିମକୋର୍ଟ ଏନଆରସି ଚୂଡ଼ାନ୍ତ ତାଲିକା ପ୍ରକାଶ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।
ପୂର୍ବ ଶୁଣାଣିରେ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ଏବଂ ଆର.ଏଫ ନରିମନଙ୍କ ପୀଠ ଆସାମ ଜାତୀୟ ନାଗରିକ ପଞ୍ଜିକାରେ କୌଣସି ନାଗରିକଙ୍କ ନାମ ସାମିଲ କରିବା ଓ ହଟାଇବା ପାଇଁ ଏନଆରସି ସଂଯୋଜକ ପ୍ରତୀକ ହାଜେଲାଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ।
ପ୍ରକାଶ ଯେ ଏନଆରସିର ପ୍ରଥମ ତାଲିକା ୨୦୧୮ ଜୁଲାଇ ୩୦ରେ ପ୍ରକାଶ ପାଇଥିଲା। ଏଥିରେ ଆସାମର ୩.୨୯ କୋଟି ଲୋକଙ୍କ ମଧ୍ୟରୁ ୨.୮୯ କୋଟି ଲୋକଙ୍କ ନାମ ଥିଲା। ଏହି ତାଲିକାରେ ୪୦,୭୦,୭୦୭ ଲୋକଙ୍କ ନାମ ନଥିଲାବେଳେ ୩୭,୫୯,୬୩୦ ଜଣଙ୍କ ନାମ ଅସ୍ୱୀକାର କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories