www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ୨୬୪୪ଟି ଆବେଦନ ପଞ୍ଜିକୃତ

ପୁରୀ: ଆଉ କିଛି ଦିନ ପରେ ଆମ୍ଭ ହେବ ପବିତ୍ର କାର୍ତ୍ତିକ ମାସ । ଏହି ସମୟରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପୁରୀରେ ଲାଗିବ ହବିଷ୍ୟାଳୀଙ୍କ ପ୍ରବଳ ଭିଡ । ଏହି ପ୍ରରିପେକ୍ଷୀରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପ୍ରଶାସନ ପାଖରେ ୨୬୪୪ଟି ଆବେଦନ ପଞ୍ଜିକୃତ ହୋଇଛି । ଆଉ ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ରହିବେ ହବିଷ୍ୟାଳୀ ।

ଏହାକୁ ଆସନ୍ତା ୩ ଦିନ ଭିତରେ ଯାଞ୍ଚ କରାଯିବ ଓ ଯୋଗ୍ୟ ହବିଷ୍ୟାଳିଙ୍କୁ ପୁରୀରେ ବ୍ରତ ପାଳନ ନିମନ୍ତେ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ବାର୍ତ୍ତା ପଠାଯିବ । ଏନେଇ ଶନିବାର ଜିଲ୍ଲାପାଳ ଦିବ୍ୟଜ୍ୟାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି । ଜିଲ୍ଲାପାଳଙ୍କ କହିବା ଅନୁସାରେ, ଚଳିତ ମାସ ଶେଷ ସୁଦ୍ଧା ପ୍ରାଶାସନିକ ଅଧିକାରୀମାନେ ବଣ୍ଟନ ହୋଇଥିବା କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

- Advertisement -

ସୂଚନାଯୋଗ୍ୟ, ଗତ ୧୯ ତାରିଖ ଦିନ ୧୦ଟା ପରଠାରୁ ବ୍ରତ ପାଳନ ଆଶାୟୀଙ୍କୁ ଅନଲାଇନ୍‌ରେ ଆବେଦନ କରିବାକୁ ବିଜ୍ଞାପନ ଯୋଗେ ସୂଚନା ଦେଇଥିଲା ପ୍ରଶାସନ । ହେଲେ ମାତ୍ର ଘଣ୍ଟାଏ ପରେ ଆବେଦନ ପଞ୍ଜୀକରଣ ପୋର୍ଟାଲ ବନ୍ଦ ହୋଇଯାଇଥିଲା । ତେବେ ଏଥର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯାଉଛି । କେଉଁଠି ରହିବେ ଓ ଆଇଡି କାର୍ଡ ଆଦିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯୋଜନା କରିଛନ୍ତି ପୁରୀ ଜିଲ୍ଲାପାଳ ।

 

https/edistrict.odisha.gov.in ଅନଲାଇନ୍ ଲିଙ୍କ ରେ ଆବେଦନ କରିପାରିବେ ହବିଷ୍ୟାଳୀ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳାମାନେ ଆବେଦନ କରିପାରିବେ ।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories