ଭୁବନେଶ୍ଵର: ରାଜ୍ୟରେ ସୋମବାର ଆଉ ୨୪୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ସୋମବାର ଚିହ୍ନଟ ୨୪୫ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୯୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ଯାଜପୁରରୁ ୪୦, ଖୋର୍ଦ୍ଧାରୁ ୨୮ ଏବଂ ବରଗଡ଼ରୁ ୧୦ ସଂକ୍ରମିତ ରହିଛନ୍ତି। ସେହିପରି ଜଗତସିଂହପୁରରୁ ୯, କେନ୍ଦ୍ରାପଡ଼ାରୁ ୮, କଟକ, ଗଜପତି, କେନ୍ଦୁଝର ଓ ନବରଙ୍ଗପୁରରୁ ୭ ଲେଖାଏ, ସୁନ୍ଦରଗଡ଼ରୁ ୬, ମୟୂରଭଞ୍ଜରୁ ୫, ଢେଙ୍କାନାଳ ଓ ନୟାଗଡ଼ରୁ ୩ ଲେଖାଏ, ବାଲେଶ୍ଵର ଓ ଭଦ୍ରକରୁ ୨ ଲେଖାଏ ଏବଂ ଝାରସୁଗୁଡ଼ା, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଏନଡିଆରଏଫ ଏବଂ ଓଡ୍ରାଫରୁ ୨ କର୍ମଚାରୀ କରୋନା ପଜିଟିଭ ବାହାରିଛନ୍ତି। ସେମାନେ ଅମ୍ପନ ବାତ୍ୟା ଉଦ୍ଧାର କାର୍ଯ୍ୟରେ ପଶ୍ଚିମବଙ୍ଗ ଯାଇ ସେଠାରୁ ଫେରିଥିଲେ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୮୬ ଜଣ ସକ୍ରିୟ ରୋଗୀ ଥିବାବେଳେ ୪ ହଜାର ୭୪୩ ଜଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି।



