ନୂଆଦିଲ୍ଲୀ : ଭାରତ ଓ ଶ୍ରୀଲଙ୍କାରେ ଟ୍ବେଣ୍ଟି୨୦ ବିଶ୍ବକପ ୨୦୨୬ ଫେବୃଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଖେଳାଯିବ। ଉକ୍ତ ପ୍ରତିଯୋଗିତାର ଆଇସିସି ପ୍ରଚାରକ ଭାେବ ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ନିଯୁକ୍ତ ହୋଇଛନ୍ତି। ଆଇସିସି ଅଧ୍ୟକ୍ଷ ଜୟ ଶାହା ଏହି ଘୋଷଣା କରିଛନ୍ତି। ରୋହିତଙ୍କ ନେତୃତ୍ବରେ ଭାରତ ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ ଓ ୨୦୨୫ ଆଇସିସି ଚମ୍ପିଆନ୍ସ ଟ୍ରଫି ଜିତିଥିଲା। ରୋହିତ ଏପର୍ଯ୍ୟନ୍ତ ଖେଳା ଯାଇଥିବା ଟ୍ବେଣ୍ଟି୨୦ ବିଶ୍ବକପର ୯ଟି ଯାକ ସଂସ୍କରଣରେ ପ୍ରତିନିଧିତ୍ବ କରିଛନ୍ତି। ସେ ବିଶ୍ବ କ୍ରିକେଟର ଜଣେ ସଫଳ ଖେଳାଳି ଓ ଅଧିନାୟକ। ଟ୍ବେଣ୍ଟି୨୦ ବିଶ୍ବକପ-୨୦୨୬ର ପ୍ରଚାରକ ହେବା ଉକ୍ତ ପ୍ରତିଯୋଗିତାର ଲୋକପ୍ରିୟତାରେ ସହାୟକ େହବ ବୋଲି ଜୟ ଶାହା କହିଛନ୍ତି। ରୋହିତ ୧୫୯ଟି ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚ ଖେଳି କକ୪୨୩୧ରନ କରିଛନ୍ତି। ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ ଭାରତ ଜିତିବା ପରେ ରୋହିତ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରୁ ଅବସର ଘୋଷଣା କରିଥିଲେ।
It’s my honour to announce that @ImRo45 is the tournament ambassador for the upcoming @T20WorldCup in India & Sri Lanka.
There can be no better representative for the event than the winning captain of the 2024 T20 World Cup, and a player who has been in all nine editions so far. pic.twitter.com/muWh3mUflj— Jay Shah (@JayShah) November 25, 2025



