www.samajalive.in
Thursday, December 11, 2025
26.1 C
Bhubaneswar

୨-୦ରେ ଶୃଙ୍ଖଳା ବିଜୟର ନିକଟତର ଦକ୍ଷିଣ ଆଫ୍ରିକା

ଗୁଆହାଟୀ: ଦୀର୍ଘ ୨୫ ବର୍ଷ ପରେ ଭାରତ ମାଟିରେ ଶୃଙ୍ଖଳା ବିଜୟ ନିଶ୍ଚିତ କରିଛି ଦକ୍ଷିଣ ଆଫ୍ରିକା। ଏହାସହ ୨୦୦୦ରେ ହାନ୍‌ସି କ୍ରୋନ୍ୟେ ନେତୃତ୍ବାଧୀନ ଦଳ ପରି ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ପୋଛିନେବାର ନିକଟତର ହୋଇଛି ଦକ୍ଷିଣ ଆଫ୍ରିକା। ଚଳିତ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଇନିଂସ ଘୋଷଣା କରିବାରେ ନିଶ୍ଚୟ ବିଳମ୍ବ କରିଥିଲା। ତଥାପି ଭାରତକୁ ଦ୍ବିତୀୟ ଇନିଂସରେ ୫୪୯ ରନ୍‌ର ବିଜୟଲକ୍ଷ୍ୟ ନେଇ ଦକ୍ଷିଣ ଆଫ୍ରିକା ନିଶ୍ଚିତ କରିଛି ଯେ ଚଳିତ ମ୍ୟାଚ୍‌ ଏବଂ ଶୃଙ୍ଖଳାରେ ତା’ର ପରାଜୟ ଅସମ୍ଭବ।

ଏହି ଲକ୍ଷ୍ୟ ଭାରତ ପାଇଁ ପାହାଡ଼ ପରି; ଯାହା ଚଢ଼ିବା ଅସମ୍ଭବ। ମ୍ୟାଚ୍‌ ଡ୍ର ରଖିବା ଲକ୍ଷ୍ୟରେ କ୍ରିଜ୍‌କୁ ଆସିଥିବା ଭାରତ ଦ୍ବିତୀୟ ଇନିଂସରେ ୨୭ ରନ୍‌କରି ୨ଟି ୱିକେଟ୍‌ ହରାଇଛି। ବୁଧବାର ଶେଷ ଦିନରେ ଭାରତକୁ ଆଉ ୫୨୨ ରନ୍‌ ଆବଶ୍ୟକ। ଅନ୍ୟପକ୍ଷରେ ୨-୦ରେ ଶୃଙ୍ଖଳା ପୋଛିବା ଲାଗି ଦକ୍ଷିଣ ଆଫ୍ରିକା ଆଉ ୮ଟି ୱିକେଟ୍‌ ଆବଶ୍ୟକ କରୁଛି। ଏପରି ହେଲେ ଭାରତ ୧୨ ମାସରେ ୨ୟ ଥର ନିଜ ମାଟିରେ ଟେଷ୍ଟ ଶୃଙ୍ଖଳାର ସମସ୍ତ ମ୍ୟାଚ୍‌ ହାରିବ।
ପ୍ରଥମ ଇନିଂସରେ ୨୮୮ ରନ୍‌ ଆଗରେ ରହିଥିବା ଦକ୍ଷିଣ ଆଫ୍ରିକା କ୍ରମାଗତ ୨ୟ ଇନିଂସରେ ଭଲ ବ୍ୟାଟିଂକରି ଭାରତକୁ ମ୍ୟାଚ୍‌କୁ ଫେରିବାର ସୁଯୋଗ ଦେଇନଥିଲା। ଟ୍ରିଷ୍ଟାନ୍ ଷ୍ଟବ୍‌ସଙ୍କ ୯୪ ଓ ଟନି ଡି ଜର୍ଜିଙ୍କ ୪୯ ରନ୍‌ ବଳରେ ଦକ୍ଷିଣ ଆଫ୍ରିକା ୫ ୱିକେଟ୍‌ରେ ୨୬୦ ରନ୍‌କରି ଦ୍ବିତୀୟ ଇନିଂସ ଘୋଷଣା କରିଥିଲା। ଫଳରେ ଭାରତକୁ ୫୪୯ ରନ୍‌ର ଟାର୍ଗେଟ ମିଳିଥିଲା।

- Advertisement -

ଯଶସ୍ବୀ ଜୟସୱାଲ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୩ ରନ୍‌ କରିଥିବା ବେଳେ ମାର୍କୋ ୟାନ୍‌ସେନଙ୍କ ବାହାର ବଲ୍‌କୁ ମାରିବା ପ୍ରୟାସରେ ୱିକେଟ୍‌ ରକ୍ଷକଙ୍କୁ କ୍ୟାଚ୍‌ ଦେଇଥିଲେ। ପରେ କେ.ଏଲ୍‌. ରାହୁଲ ୩୦ ବଲ୍‌ରୁ ୬ ରନ୍‌ କରି ସାଇମନ୍ ହାର୍ମରଙ୍କ ଚମତ୍କାର ଅଫ୍‌ସ୍ପିନ୍‌ ବଲ୍‌ରେ ବୋଲ୍‌ଡ ହୋଇଥିଲେ। ସାଇ ସୁଦର୍ଶନ ୨୫ ବଲ୍‌ରୁ ୨ ଏବଂ ନାଇଟ୍‌ ୱାଚ୍‌ମ୍ୟାନ କୁଲଦୀପ ଯାଦବ ୨୨ ବଲ୍‌ରୁ ୪ ରନ୍‌କରି ଅପରାଜିତ ଅଛନ୍ତି। ବଲ୍‌ ସ୍ପିନ୍ କରୁଥିବା ବେଳେ ଶେଷଦିନରେ ବ୍ୟାଟିଂ ବେଶ୍‌ କଷ୍ଟସାଧ୍ୟ ହୋଇପଡ଼ିବ। ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଇନିଂସରେ ବିନା ୱିକେଟ୍‌ରେ ୨୬ ରନ୍‌ କରିଥିଲା। ଚା’ପାନ ବିରତି ପୂର୍ବରୁ ଭାରତ ୩ଟି ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାର ରନ୍‌ଗତି ଉପରେ ଅଙ୍କୁଶ ରଖିଥିଲା। ଓପ୍‌ନିଂ ଯୋଡ଼ି ୫୯ ରନ୍‌ କରିବା ପରେ ୧୮ ରନ୍‌ରେ ଦକ୍ଷିଣ ଆଫ୍ରିକା ୩ଟି ୱିକେଟ୍‌ ହରାଇଥିଲା। ରିୟାନ୍ ରିକେଲ୍‌ଟନ ୮୩ ବଲ୍‌ରୁ ୪ଟି ଚୌକା ସହ ୩୫ ରନ୍‌କରି ପ୍ରଥମେ ଆଉଟ୍‌ ହୋଇଥିଲେ।

ଅନ୍ୟ ଓପନର ଐଡେନ୍ ମାର୍କରାମ ୩ଟି ଚୌକା ସହ ୨୯ ରନ୍‌ କରିଥିଲେ। ଅଧିନାୟକ ତେମ୍ବା ବଭୁମା ମାତ୍ର ୩ ରନ୍‌ କରିଥିଲେ। ପରେ ଟ୍ରିଷ୍ଟାନ୍ ଷ୍ଟବ୍‌ସ ଓ ଟନି ଡି ଜର୍ଜି ଦୀର୍ଘ ସମୟ ବ୍ୟାଟିଂକରି ୪ର୍ଥ ୱିକେଟ୍‌ ପାଇଁ ୧୦୧ ରନ୍‌ କରିଥିଲେ। ଡି ଜର୍ଜି ୬୮ ବଲ୍‌ରୁ ଗୋଟିଏ ଚୌକା ଓ ୪ଟି ଚୌକା ସହ ୪୯ ରନ୍‌ କରିଥିଲେ। ସେତେବେଳେ ଦକ୍ଷିଣ ଆଫ୍ରିକା ୪୬୬ ରନ୍‌ ଆଗରେ ଥିଲେ ହେଁ ଇନିଂସ ଘୋଷଣା କରିନଥିଲା। ୫ମ ୱିକେଟ୍‌ ପାଇଁ ଷ୍ଟବ୍‌ସ ଓ ୱିଆନ୍‌ ମୁଲ୍‌ଡର ୮୨ ରନ୍‌ ଯୋଗ କରିଥିଲେ। ଷ୍ଟବ୍‌ସ ୧୮୦ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୯୪ ରନ୍‌କରି ଆଉଟ୍‌ ହେବା ସହ ଦକ୍ଷିଣ ଆଫ୍ରିକା ଇନିଂସ ଘୋଷଣା କରିଥିଲା। ୱିଆନ୍‌ ମୁଲ୍‌ଡର ୬୯ ବଲ୍‌ରୁ ୫ଟି ଚୌକା ସହ ୩୫ ରନ୍‌କରି ଅପରାଜିତ ଥିଲେ। ରବୀନ୍ଦ୍ର ଜାଡ଼େଜା ୪ଟି ୱିକେଟ୍‌ ନେଇଥିଲେ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories