www.samajalive.in
Saturday, December 6, 2025
19.1 C
Bhubaneswar

୨୦୨୪ ସି ଭି ରମଣ ପୁରସ୍କାର ଘୋଷଣା

ଭୁବନେଶ୍ବର: ଚଳିତ ବର୍ଷ ସି ଭି ରମଣ ସମ୍ମାନ ଚୟନ ପରିଷଦ ତରଫରୁ ଚାରିଜଣ ଓଡ଼ିଆଙ୍କୁ ସି ଭି ରମଣ ପୁରସ୍କାର ପ୍ରଦାନ କରିବା ପାଇଁ ପରିଷଦ ର ଅଧ୍ୟକ୍ଷ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଡ଼କ୍ଟର ଏ ସି ହୋମେଓପାଥିକ ମେଡିକାଲ କଲେଜ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଲଷ୍ମୀକାନ୍ତ ନନ୍ଦ ଙ୍କୁ ବିଜ୍ଞାନ ରତ୍ନ, ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ର ଭେଷଜ ବିଜ୍ଞାନ ବିଭାଗର ପ୍ରଫେସର ବିଦ୍ୟୁତ ଦାସଙ୍କୁ ସି ଭି ରମଣ ସ୍ମାରକୀ ସ୍ୱର୍ଣ୍ଣ ପଦକ, ୱାରାଙ୍ଗଲ ସ୍ଥିତ ଜାତୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ର ସହକାରୀ ପ୍ରଫେସର ଡ଼କ୍ଟର ଯୀଉ ଦାସ ଙ୍କୁ ସି ଭି ରମଣ ଯୁବ ବୈଜ୍ଞାନିକ ସମ୍ମାନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର କୃଷି ବିଜ୍ଞାନ ବିଭାଗ ର ଛାତ୍ର ରିତେଶ ନାୟକ ଙ୍କୁ ସି ଭି ରମଣ ଛାତ୍ର ପ୍ରତିଭା ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ଏହା ଆସନ୍ତା ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ଉତ୍ସବ ରେ ପଦାନ କରାଯିବ ବୋଲି ପରିଷଦ ର ମହାସଚିବ ଡ଼କ୍ଟର ବିଶ୍ୱଜିତ ପ୍ରଧାନ ଘୋଷଣା କରିଛନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories