www.samajalive.in
Sunday, December 7, 2025
14.1 C
Bhubaneswar

୧୯୦୧ ମସିହାରୁ ଏପର୍ଯ୍ୟନ୍ତ ଶହେ ବର୍ଷରୁ ଅଧିକ ସମୟ ମଧ୍ୟରେ-୨୦୨୩ ଥିଲା ଦ୍ବିତୀୟ ଉତ୍ତପ୍ତ ବର୍ଷ

ଭୁବନେଶ୍ବର: ୧୯୦୧ ମସିହାରୁ ଏପର୍ଯ୍ୟନ୍ତ ଶହେ ବର୍ଷରୁ ଅଧିକ ସମୟ ମଧ୍ୟରେ ୨୦୨୩ ଦ୍ବିତୀୟ ଉତ୍ତପ୍ତ ବର୍ଷ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ୨୦୧୬ ସବୁଠୁ ଉତ୍ତପ୍ତ ବର୍ଷ ଥିଲା। ୨୦୨୩ରେ ଫେବୃଆରୀ, ଅଗଷ୍ଟ ମାସ ସବୁଠୁ ଉତ୍ତପ୍ତ ଥିବାବେଳେ, ସେପ୍ଟେମ୍ବର ଦ୍ବିତୀୟ ଉତ୍ତପ୍ତ ଏବଂ ଅକ୍ଟୋବର ଓ ନଭେମ୍ବର ତୃତୀୟ ଉତ୍ତପ୍ତ ଏବଂ ଡିସେମ୍ବର ୭ମ ଉତ୍ତପ୍ତ ଥିଲା।

୧୮ ଡିସେମ୍ବର ସୁଦ୍ଧା ସାରା ଦେଶରେ ବାର୍ଷିକ ବର୍ଷା ୯୫% ରହିଛି। ସେହିପରି ଭାରତ ମହାସାଗରରେ ୬ଟି ସାମୁଦ୍ରିକ ବାତ୍ୟା ଆସିଥିବାବେଳେ ୨ଟି ଉପକୂଳ ଅତିକ୍ରମ କରିଥିଲା। ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ଏବଂ ‘ମିଗଜୋମ୍‌’ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିଥିଲା। ସେହିପରି ବଜ୍ରପାତ ଦେଶରେ ୧୨୭୦ ଜୀବନ ନେଇଥିଲା। ବିହାରରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଓଡ଼ିଶା ଓ ମଧ୍ୟପ୍ରଦେଶରେ ଏଥିଜନିତ ମୃତ୍ୟୁ ସଂଖ୍ୟା ଦ୍ବିତୀୟ ଓ ତୃତୀୟ ସର୍ବାଧିକ ଥିଲା।

- Advertisement -

୮୪୦ ଜଣଙ୍କର ବନ୍ୟା ଓ ଅଧିକ ବର୍ଷା ଯୋଗୁଁ ଏବଂ ୧୬୦ ଜଣ ଗ୍ରୀଷ୍ମପ୍ରବାହରର ଶିକାର ହୋଇଥିଲେ। ତାମିଲନାଡ଼ୁ ଏବଂ ଆନ୍ଧ୍ରରେ ଡିସେମ୍ବରରେ ରେକର୍ଡ଼ ବର୍ଷା ହୋଇଛି। ଗତ ୫ ବର୍ଷରେ ଏହା ସର୍ବାଧିକ। ସେହିପରି ବାତ୍ୟା ନେଇ ଭାରତୀୟ ପାଣିପାଗର ଆକଳନ ସଠିକ୍ ରହିଥିବା ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟରୁ ଅଧିକ ରହିବ। ସେହିପରି ସର୍ବାଧିକ ତାପମାତ୍ରା ପୂର୍ବ ଭାରତର ଅଧିକାଂଶ ସ୍ଥାନରେ ଅଧିକ ରହିବ ବୋଲି ସେ କହିଛନ୍ତି।
ଚଳିତ ଜାନୁଆରୀରେ ଶୀତ ପ୍ରଭାବ କମ ରହିବ। ରାତ୍ରି ତାପମାତ୍ରା ସ୍ବାଭାବିକତା ଠାରୁ ଅଧିକ ରହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଗାମୀ ୪ ଓ ୫ ତାରିଖରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା କାଲି ୧୦ ସ୍ଥାନରେ ଘନକୁହୁଡ଼ି ନେଇ ହଳଦିଆ ସତର୍କତା ଜାରି କରାଯାଇଛି। ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ତେବେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ୩ ଡିଗ୍ରୀ ଅଧିକ ରହିବ। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ପୂରା ଦେଶରେ ସାଧାରଣଠାରୁ ଅଧିକ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ କିନ୍ତୁ ଉତ୍ତର ଭାରତରେ ବର୍ଷା ସ୍ବାଭାବିକ ରହିବ। ଜାନୁଆରୀରେ ଉଭୟ ଦେଶ ଓ ଉତ୍ତର ଭାରତରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୋମବାର ସବୁଠୁ କମ୍ ରାତି ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ୍ କୋରାପୁଟରେ ରେକର୍ଡ଼ ହୋଇଛି। ଫୁଲବାଣୀରେ ୧୦.୫ ଏବଂ କିରେଇ ଫୁଲବାଣୀ ୧୦.୩ ଡିଗ୍ରୀ ରେକର୍ଡ଼ ହୋଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ ଆଗାମୀ ୩ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ୪ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୫ ତାରିଖରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି। ବାକି ଜିଲାରେ ପାଗ ଶୁଖିଲା ରହିବ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories