www.samajalive.in
Thursday, December 11, 2025
18.1 C
Bhubaneswar

ଦେଶବାସୀଙ୍କୁ ୨୦୦ ସାହିତ୍ୟିକଙ୍କ ଆହ୍ୱାନ: ଘୃଣା ରାଜନୀତି ନୁହେଁ, ଏକତ୍ର ଭାରତ ପାଇଁ ଭୋଟ ଦେବା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୨୦୦ ଜଣ ପ୍ରତିଭାବାନ ସାହିତ୍ୟିକ ସୋମବାର ଦେଶବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି, ‘୨୦୧୯ ଲୋକସଭା ନିର୍ବାଚନରେ ଘୃଣା ରାଜନୀତି ତ୍ୟାଗ କରିବା ଏବଂ ବିବିଧ ଓ ଏକତ୍ର ଭାରତ ପାଇଁ ଭୋର ଦେବା। ଏହି ମର୍ମରେ ଜାରି କରାଯାଇଥିବା ଆହ୍ୱାନ ପତ୍ରରେ ଅମିତାଭ ଘୋଷ, ଅରୁନ୍ଧତୀ ରାୟ, ଗିରିଶ କର୍ଣଡ, ନୟନତାରା ସହଗଲ, ଜୀତ ଥାୟୀଲ, ରୋମିଲା ଥାପର ଏବଂ ବିବେକ ସଂଭାଗ ଭଳି ଖ୍ୟାତନାମା ସାହିତ୍ୟିକ ସ୍ଵାକ୍ଷର କରିଛନ୍ତି। ସେହି ସାହିତ୍ୟିକମାନେ ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜୁରାଟି, ଉର୍ଦ୍ଦୁ, ବେଙ୍ଗଲୀ, ମାଲାୟାଲାମ, ତାମିଲ, କନ୍ନଡ଼ ଏବଂ ତେଲୁଗୁ ଭାଷାରେ ଏହି ଆହ୍ୱାନ ପତ୍ର ଜାରି କରିଛନ୍ତି।

 

- Advertisement -

ଆହ୍ୱାନ ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, “ଆମ ସମ୍ବିଧାନ ସମସ୍ତ ନାଗରିକଙ୍କୁ ନିଜ ଇଛା ମୁତାବକ ଖାଦ୍ୟ ଗ୍ରହଣ କରିବା, ପ୍ରାର୍ଥନା କରିବା, ମତବ୍ୟକ୍ତ କରିବା ଏବଂ ବିରୋଧ ପ୍ରଦର୍ଶନ ଭଳି ସମାନ ଅଧିକାର ଦେଇଛି; କିନ୍ତୁ କିଛି ବର୍ଷ ହେବ ଆମେ ଦେଖୁଛେ ସମ୍ପ୍ରଦାୟ, ଜାତି, ଲିଙ୍ଗ ଏବଂ ଅଞ୍ଚଳ ଆଧାରରେ ନାଗରିକମାନଙ୍କ ପ୍ରତି ଭେଦଭାବ ସୃଷ୍ଟି କରାଯାଉଛି, ଆଘାତ କରାଯାଉଛି ଓ ହତ୍ୟା କରାଯାଉଛି।”

ଆହ୍ୱାନ ପତ୍ରରେ ସାହିତ୍ୟିକମାନେ କହିଛନ୍ତି,”ଆମକୁ ଭାଗ ଭାଗ କରୁଥିବା, ଅସମାନତା ସୃଷ୍ଟି କରୁଥିବା, ଭୟ ଦେଖାଉଥିବା ଓ ଅଲଗା କରୁଥିବା ଶକ୍ତି ବିରୁଦ୍ଧରେ ଭୋଟ ଦେବା, ଏହି ମାଧ୍ୟମରେ ଆମେ ସମ୍ବିଧାନ ପ୍ରତି ଆମ କର୍ତ୍ତବ୍ୟବୋଧ ପ୍ରକାଶ କରିବା ସହ ଆମ ଭାରତ ଗଠନ ଦିଗରେ ମହତ୍ତ୍ୱପୁର୍ଣ ଭୂମିକା ଗ୍ରହଣ କରିପାରିବା।”

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories